ବେଲଗୁଣ୍ଠା ସହରରେ ବିଶୋଧକ ସିଞ୍ଚନ ଓ ସଚେତନତା ପାଇଁ ବିଭିନ୍ନ ମହଲରୁ ଦାବି ।

0 106

ବେଲଗୁଣ୍ଠା,(ପିପିଟି)୦୬/୦୫,ଦିନକୁ ଦିନ କରୋନାର ସ୍ଥିତି ସଂଗୀନ ହେବାର ଲାଗିଛି ।ଗତ ତିନି ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩ ଜଣଙ୍କ ଠାରେ ଚିହ୍ନଟ ହୋଇଛି କରୋନା ।ସମସ୍ତ ତିନି ଜଣ କରୋନା ଚିହ୍ଟଟ ସୁରତ ଫେରନ୍ତା ବୋଲି ସରକାରୀ ସୁତ୍ରରୁ ପ୍ରକାଶ ।ସରକାର ସୁରତ ଫେରନ୍ତାଙ୍କ ପାଇଁ ସରକାରୀ ସଙ୍ଗରୋଧ କେନ୍ଦ୍ରର ବ୍ୟବସ୍ଥା କରିଛନ୍ତି ।ବେଲଗୁଣ୍ଠା ସହରରେ ମଧ୍ୟ ସମାନ ବ୍ୟବସ୍ଥା ହୋଇଛି ।୧୫୯ ନଂ କରୋନା ଚିହ୍ନଟ ବ୍ୟକ୍ତି ଜଣଙ୍କ ପୁଣି ବେଲଗୁଣ୍ଠା ନିକଟସ୍ଥ କୋକଲୁଣ୍ଡା ଗ୍ରାମର ବୋଲି ଜଣାପଡିଛି ।ତେଣୁ ବେଲଗୁଣ୍ଠା ସହରବାସୀଙ୍କ ମନରେ ସୃଷ୍ଟି ହୋଇଛି କୋକୁଆ ଭୟ ।ଫଳରେ କିଛି ମହଲରୁ ବେଲଗୁଣ୍ଠା ସହର ବାସୀଙ୍କୁ ସଚେତନ କରାଇବା ପ୍ରଶାସନକୁ ଦାବି କରିଛନ୍ତି ।ପ୍ରତିଦିନ ବେଲଗୁଣ୍ଠା ସହରରେ ଏନ୍.ଏ.ସି ତରଫରୁ ଡାକବାଜୀ ଯନ୍ତ୍ର ଦ୍ବାରା ଲୋକଙ୍କୁ କରୋନା ଭୟାବହ ଓ ପ୍ରତିରୋଧ ଉପରେ ସଚେତନ କରାଯାଉଥିଲା ।ସରକାରୀ ନିୟମ ମାନିବା,ବାରମ୍ବାର ହାତ ଧୋଇବା,ସାମାଜିକ ଦୁରତ୍ୱ ରକ୍ଷା କରିବା,ବିନା କାରଣରେ ଘରୁ ବାହାରକୁ ନ ବାହାରିବାକୁ ପ୍ରାଥମିକତା ଦିଆଯାଇ ସଚେତନ ବାର୍ତ୍ତା ଦିଆଯାଉଥିଲା ।  କିନ୍ତୁ ଗତ କିଛି ଦିନ ହେବ ଏହା ବନ୍ଦ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି ।ପୁର୍ବରୁ ବେଲଗୁଣ୍ଠା ସହରରେ ଅଳ୍ପ କିଛି ଅଞ୍ଚଳରେ ବିଶୋଧକ ସୀଞ୍ଚନ ହୋଇଥିଲେ ମଧ୍ୟ ଅଧିକାଂଶ ସାହିରେ ବିଶୋଧକ ସିଞ୍ଚନ ପାଇଁ ବହୁ ସାହି ବାସିନ୍ଦା ଦାବି କରିଛନ୍ତି ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.