ବେଲଗୁଣ୍ଠା ଆମିଷ ବଜାର ଭେଣ୍ଡିଂ ଜୋନ୍ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ।

0 344

ବେଲଗୁଣ୍ଠା,୨୮/୦୮(ପିପିଟି); ବେଲଗୁଣ୍ଠା ଆମିଷ ବଜାର ଭେଣ୍ଡିଂ ଜୋନ୍ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ବେଲଗୁଣ୍ଠା ଆମିଷ ବ୍ୟବସାୟୀ ।ଏହାର ପ୍ରତିବାଦରେ ସମସ୍ତ ଆମିଷ ବ୍ୟବସାୟୀଙ୍କ ଦସ୍ତଖତ ଥିବା ଏକ ଅଭିଯୋଗ ପତ୍ର ବେଲଗୁଣ୍ଠା ଏନ୍.ଏ.ସି ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ରଙ୍କୁ ଦେଇଥିବା ସୁଚନା ମିଳିଛି । ମିଳିଥିବା ତଥ୍ୟ ଅନୁଯାୟୀ,ଗତ ବର୍ଷ ଅର୍ଥାତ ୨୦୧୯ ଡିସେମ୍ବରରେ ବେଲଗୁଣ୍ଠା ଆମିଷ ବଜାରରେ ପରିଷଦ ତରଫରୁ ୧୯ଟି ଭେଣ୍ଡିଂ ଜୋନ୍ ତିଆରି କରାଯାଇଥିଲା ଏବଂ ସେଗୁଡ଼ିକୁ ଲଟେରୀ ମାଧ୍ୟମରେ ବେଲଗୁଣ୍ଠା ଅମିଷ ବଜାରର ବିଭିନ୍ନ ଅମିଷ ବ୍ୟବସାୟୀ ମାନଙ୍କୁ ବଣ୍ଟନ କରାଯାଇଥିଲା । ସେଥିରୁ କେତୋଟି ଭେଣ୍ଡିଂ ଜୋନ୍ ଲଟେରୀ ନ କରି ତତ୍କାଳୀନ ନୀର୍ବାହୀ ଅଧିକାରୀ ଚଞ୍ଚକତା କରି କିଛି ଅଣ ଆମିଷ ବ୍ୟବସାୟୀଙ୍କୁ ଚଢ଼ା ଦରରେ ବିକ୍ରି କରି ଥିବା ଅଭିଯୋଗ ହୋଇଛି ।ଏହି କଥା ସେହି ସମୟରେ ମଧ୍ୟ ଆମିଷ ବ୍ୟବସାୟୀ ମାନେ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ ବ୍ୟବସାୟ ବନ୍ଦ କରିବା ପାଇଁ ତତ୍କାଳୀନ ନୀର୍ବାହୀ ଅଧିକାରୀ ଧମକଚମକ ଦେଇଥିବା କଥା ଆମିଷ ବ୍ୟବସାୟୀ ମାନେ କହିଛନ୍ତି । ଏ ନେଇ ଗତ ଜାନୁଆରୀ ମାସ ୨୦ ତାରିଖରେ ବ୍ୟବସାୟୀ ମାନେ ନୀର୍ବାହୀ ଅଧିକାରୀ, ଉପ-ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ୱାଟସ୍ଆପ୍ ମାଧ୍ୟମରେ ଜଣାଇଥିବା ପ୍ରକାଶ କରିଛନ୍ତି । ଗତକାଲି ଭେଣ୍ଡିଂ ଜୋନ୍ ମଧ୍ୟରୁ ଗୋଟିଏ ଭେଣ୍ଡିଂ ଜୋନ୍ ରେ ଜଣେ ଅଣ ଆମିଷ ବ୍ୟବସାୟୀ ଲୁହା କବାଟ ଲଗାଉଥିବା ଦେଖି କିଛି ଅମିଷ ବ୍ୟବସାୟୀ ତାଙ୍କୁ ଏ ବିଷୟରେ ପଚାରିବାରୁ ସେ ପୁର୍ବତନ ନୀର୍ବାହୀ ଅଧିକାରୀ ସୁନୀଲ୍ କୁମାର ତ୍ରିପାଠୀଙ୍କ ଠାରେ ୩ ଲକ୍ଷ ଟଙ୍କା ଜମା ଦେଇ ଭେଣ୍ଡିଂ ଜୋନ୍ ଟି କିଣିଥିବା ପ୍ରକାଶ କରିଥିଲେ ଏବଂ ଏଠାରେ ମିଠା ଓ ଜଳଖିଆ ଦୋକାନ ହେବ ବୋଲି ଜଣାଇଥିଲେ । ତେଣୁ ନିର୍ବାହୀ ଲଟେରୀ ହୋଇନଥିବା ଭେଣ୍ଡିଂ ଜୋନ୍ ଗୁଡିକ ଲୁଚାଛପାରେ ଟେଣ୍ଡର ହୋଇ ଅନିୟମିତ ଭାବେ ଆବଣ୍ଟନ କରିଥିବା ନେଇ ଆମିଷ ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି । ଉକ୍ତ ଅର୍ଥ ପରିଷଦକୁ ନ ଯାଇ ବାଟମାରଣା ହୋଇଛି କି ବୋଲି ବେଲଗୁଣ୍ଠା ସହରରେ ଚର୍ଚ୍ଚା ଜୋର୍ ଧରିଛି । ତେଣୁ ଏହାର ସଠିକ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ନୀର୍ବାହୀ ଅଧିକାରୀଙ୍କୁ ନିବେଦନ କରିଛନ୍ତି । ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.