ବେଲଗୁଣ୍ଠାରେ କରୋନା ସ୍ଥିତି ଗମ୍ଭୀର ।

0 162

ବେଲଗୁଣ୍ଠା,୦୫/୦୭(ପିପିଟି); ଗଞ୍ଜାମ ଜିଲ୍ଲାରେ କରୋନା ଚିହ୍ନଟଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ବେଲଗୁଣ୍ଠା ସ୍ଥିତି ଗମ୍ଭୀର । ଗତ କାଲିସୁଦ୍ଧା ରିପୋର୍ଟ ଅନୁସାରେ ବେଲଗୁଣ୍ଠା ଏନ୍.ଏ.ସି ରେ ୧୪ଜଣ ସ୍ଥାନୀୟ ବ୍ୟକ୍ତି କରୋନା ଚିହ୍ନଟ ହେଲେଣି ସେଥିରୁ କିଛି ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ସେମାନଙ୍କ ସଂଶ୍ପର୍ଷରେ ଆସିଥିବା ବ୍ୟକ୍ତି ଏବଂ ସେମାନଙ୍କ ପରିବାର ବର୍ଗଙ୍କ ସ୍ୱାବ ସଂଗ୍ରହ ହୋଇଥିଲେ ମଧ୍ୟ ସେମାନଙ୍କ ରିପୋର୍ଟ ଆସିନାହିଁ ।କିନ୍ତୁ ବେଲଗୁଣ୍ଠା ସହରର କିଛି ବ୍ୟବସାୟୀ ଲକ୍ଷଣ ଥାଇ ଜିଲ୍ଲାର ଭଞ୍ଜନଗର ଓ ବ୍ରହ୍ମପୁରରେ ପରୀକ୍ଷା ପାଇଁ ନ ଦେଇ ଭୁବନେଶ୍ୱର ଚାଲିଯାଉଛନ୍ତି । ସେଠାରେ ଘରୋଇ ଡାକ୍ତରଖାନାରେ ସ୍ୱାବ୍ ପରୀକ୍ଷା ପାଇଁ ଦେଇ ଚିହ୍ନଟ ହେବା ପରେ ଚିକିତ୍ସା ପାଇଁ ସେଠାରେ ରହିଯାଉଛନ୍ତି ।ଆଜି ସୁଦ୍ଧା ବେଲଗୁଣ୍ଠା ବାଙ୍କବଜାରର  ଜଣେ ଔଷଧ ଦୋକାନୀ ଓ ଜଣେ ସୁନା ଦୋକାନୀ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଭୁବନେଶ୍ୱରରେ ରହି ଚିକିତ୍ସିତ ହେଉଛନ୍ତି କିନ୍ତୁ ବେଲଗୁଣ୍ଠାରେ ସେମାନଙ୍କ ବ୍ୟବସାୟ ଚାଲୁ ରହିଥିବାରୁ ସେମାନଙ୍କ ସଂଶ୍ପର୍ଷରେ ଆସିଥିବା ବ୍ୟକ୍ତି ବିଶେଷଙ୍କ ସବୁ ବିଷୟରେ ସୂଚନା ମିଳିପାରୁନାହିଁ । ଭଞ୍ଜନଗର ଓ ବ୍ରହ୍ମପୁରରେ ସ୍ୱାବ୍ ଦେଇଥିବା ଆଉ କିଛି ବ୍ୟବସାୟୀଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ପ୍ରଶାସନ ତରଫରୁ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ୩୦ରୁ ଉର୍ଦ୍ଧ୍ବ ସଂଦିଗ୍ଧଙ୍କ ସ୍ୱାବ୍ ସଂଗ୍ରହ କରି ରିପୋର୍ଟକୁ ଅପେକ୍ଷା କରିଛି ପ୍ରଶାସନ କିନ୍ତୁ ବେଲଗୁଣ୍ଠାର ଏହି ଦୁଇ ବ୍ୟବସାୟୀଙ୍କୁ ଅନୁସରଣ କରି ବେଲଗୁଣ୍ଠାର ଆହୁରି ପାଞ୍ଚ/ଛଅ ଜଣ ବ୍ୟବସାୟୀ ଭୁବନେଶ୍ୱର ଯାଇ ଏକ ଘରୋଇ ଡାକ୍ତରଖାନାରେ ପରୀକ୍ଷା ପାଇଁ ସ୍ୱାବ୍ ଦେଇଛନ୍ତି କିନ୍ତୁ ଏମାନେ ବେଲଗୁଣ୍ଠା ସହରର ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବାରୁ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରି ସମସ୍ତଙ୍କୁ ସଙ୍ଗରୋଧରେ ରଖିବା ଓ ସ୍ୱାବ୍ ପରୀକ୍ଷା କରିବା ପ୍ରଶାସନ ପାଇଁ ଜରୁରୀ ହୋଇପଡିଛି । ବେଲଗୁଣ୍ଠାରେ କରୋନା ଆକ୍ରାନ୍ତ ୧୪ଜଣଙ୍କ ମଧ୍ୟରୁ ଅଧିକାଂଶ ସଂକ୍ରମିତ ବ୍ୟକ୍ତି ବ୍ୟବସାୟୀ ହୋଇ ଥିବାରୁ ବେଲଗୁଣ୍ଠା ସହରବାସୀ ଆତଙ୍କିତ ହୋଇପଡିଛନ୍ତି ।ଏହା ପ୍ରଶାସନ ଓ ସାଧାରଣ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.