ବେଗୁନିଆପଡାକୁ ବିଧାୟିକାଙ୍କ ଗସ୍ତ , ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ।

0 367

କୋଦଳା,୨୬/୦୭(ପିପିଟି); କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ସରପଞ୍ଚ ମାନଙ୍କ ସହ କରୋନା ମୁକାବିଲା ଉପରେ ଆଲୋଚନା କରିଥିଲେ ଏହା ସହିତ ସେ ସୁମଣ୍ଡଳ ପଞ୍ଚାୟତ ଅନ୍ତର୍ଗତ ଭାଲିଆଝର ଗ୍ରାମର ମୃତ ଅବସରପ୍ରାପ୍ତ ଶିକ୍ଷକ ମୃତ୍ୟୁଞ୍ଜୟ ଜେନା ଓ ତାଙ୍କ ଧର୍ମ ପତ୍ନୀ କମା ଜେନାଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ସମବେଦନା ଜଣାଇବା ପରେ ଅଙ୍ଗାର ଗାଁ ଯାଇ ଗୋଟିଏ ପରିବାରର ମୃତ ତିନି ଭାଇ କୃଷ୍ଣ ସାହୁ, ମଙ୍ଗରାଜ ସାହୁ ଓ ବାସୁଦେବ ସାହୁଙ୍କ ଘରକୁ ଯାଇ ପରିବାରକୁ ସମବେଦନା ଜଣାଇଥିଲେ । କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ଫେରିଥିବା ସାଙ୍କୁଡା ସରପଞ୍ଚ ସନ୍ତୋଷ କୁମାର ସାହୁଙ୍କ ଘରକୁ ଯାଇ ତାଙ୍କ ସହ ଆଲୋଚନା କରି ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଓ ବିଭିନ୍ନ ସରପଞ୍ଚଙ୍କ ସହ କୋଭିଡ ମୁକାବିଲା ନେଇ ଆଲୋଚନା କରିଥିଲେ । ତାଙ୍କ ସହ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା ଓ ବହୁ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.