ବେଆଇନ ବାଣ ଜବତ, ଦୁଇଜଣ ଗିରଫ।

0 492

କବିସୂର୍ଯ୍ଯ ନଗର, ୧୩/୧୦(ପିପିଟି): କବିସୂର୍ଯ୍ଯ ନଗର ଥାନା ଅନ୍ତର୍ଗତ ବଡଖରିଡା ପଞ୍ଚାୟତର ବୀରଜଗନ୍ନାଥପୁର ଗାଁରେ ବେଆଇନ ଭାବେ ଚାଲିଥିବା ବାଣ କାରଖାନା ଉପପରେ ମଙ୍ଗଳବାର ଦିନ ପୁଲିସ ଚଢାଉ କରି ଦେଢ ଲକ୍ଷ ଟଙ୍କାର ବାଣ ଜବତ କରିବା ସହିତ ବାଣ ବ୍ଯବସାୟୀ ରବୀନ୍ଦ୍ର ନାଥ ମହାପାତ୍ର (୫୪) ଓ ରୋଷନ କୁମାର ଦାସ(୩୨)ଙ୍କୁ ଗିରଫ କରିଛି। ଏ ନେଇ କବିସୂର୍ଯ୍ଯ ନଗର ଥାନା କେଶ ନମ୍ବର ୩୭୭,୩୭୮/୨୧ ରେ ମାମଲା ରୁଜୁ ହୋଇଛି। ଏହି ଚଢାଉରେ ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ଯମଣି ପ୍ରଧାନ,ପୁରୁଷୋତ୍ତମପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଓ କବିସୂର୍ଯ୍ଯ ନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )

Leave A Reply

Your email address will not be published.