ବୁଗୁଡାରେ ଏକ ଆମ୍ବୁଲାନ୍ସ ତିନି ଜଣ ଯୁବକଙ୍କୁ ଓହ୍ଲାଇବା ଘଟଣାକୁ ନେଇ ସନ୍ଦେହ !

0 547

ବୁଗୁଡା,(ପିପିଟି ନ୍ଯୁଜ୍)୦୪/୦୪-ବୁଗୁଡାରେ ଏକ ଆମ୍ବୁଲାନ୍ସ ତିନି ଜଣ ଯୁବକଙ୍କୁ ଓହ୍ଲାଇବା ଘଟଣାକୁ ସନ୍ଦେହ ଆରମ୍ଭ ହୋଇଛି । ଘଟଣା ସମ୍ପର୍କରେ ଜଣାପଡିଛି ଯେ ଆମ୍ବୁଲାନ୍ସ  ଗାଡି ନମ୍ବର ଓଡି୦୭ ଏଇ୫୬୬୬ ବୋଲେରୋ ପ୍ରାୟ ୧୨.୧୫ ସମୟରେ ବୁଗୁଡା ଏନଏସି ର ଅରବିନ୍ଦ ନଗର ପ୍ରଥମ ଲାଇନ୍ ରେ ତିନି ଜଣ ଯୁବକଙ୍କୁ ଓହ୍ଲାଇବା ପରେ ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା ଏବଂ ତିନି ଜଣ ଯୁବକ ଆମ୍ବୁଲାନ୍ସ ରୁ ଓହ୍ଲାଇ ଦୌଡି ପଳାଇଥିଲେ । ଆମ୍ବୁଲାନ୍ସ ଗାଡି ଅରବିନ୍ଦ ନଗର ଦ୍ବିତୀୟ ଲାଇନ୍ ରେ ବୁଲେଇ ଦୃତ ଗତିରେ ପଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ ଗାଡିର ଫଟୋ ଉଠାଇ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଗଡି ଚାଳକ ଆମ୍ବୁଲାନ୍ସ କୁ ଧରି ପାଳାଇ ଯାଇଛି । ଆମ୍ବୁଲାନ୍ସ ରେ ଯୁବକ ମାନଙ୍କର ବ୍ଯାଗ ରହିଯାଇଥିବା ଜଣାପଡିଛି । କରୋନା ଭାଇରସ୍ କୁ ନେଇ ଲକ୍ ଡାଉନ ଚାଲିଥିବା ବେଳେ ଏହି ଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।ଆମ୍ବୁଲାନ୍ସ ର ମାଲିକ ଦିଲ୍ଲୀପ କୁମାର ବେହେରା ବୋଲି ଏମ୍ ପରିବହନ ତଥ୍ୟରୁ ଜଣା ପଡିଛି ।କିଏ ସେହି ତିନି ଜଣ ଯୁବକ ଏବଂ କେଉଁଠୁ ଆସିଲେ,ସେମାନେ ଲୋକଙ୍କୁ ଦେଖି କାହିଁକି ଦୌଡି ପଳାଇଲେ ତାହର ତଦନ୍ତ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ଆମ୍ବୁଲାନ୍ସ କୁ କାହିଁକି ସେମାନେ ବ୍ଯବହାର କଲେ ଆମ୍ବୁଲାନ୍ସ ଡ୍ରାଇଭରକୁ ଧରିଲେ ସମସ୍ତ ରହସ୍ୟ ପଦାକୁ ଆସିବ ।ସ୍ଥାନୀୟ ପୋଲିସ ଓ ପ୍ରଶାସନ ସଂପୃକ୍ତ ତିନି ଜଣ ଯୁବକଙ୍କୁ ଠାବ କରି ସ୍ଥିତି ଅନୁଧ୍ୟାନ କରନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.