ବିହାର ନିର୍ବାଚନ ସ୍ଥଗିତ ପାଇଁ ମନାକଲେ ସୁପ୍ରିମକୋର୍ଟ ।

0 670

ନୂଆଦିଲ୍ଲୀ,୨୯/୦୮: ବିହାର ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ହୋଇଥିବା ଏକ ଆବେଦନକୁ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଆଗ୍ରହ୍ଯ କରିଦେଇଛନ୍ତି । ଅବିନାଶ ଠାକୁରଙ୍କ ପକ୍ଷରୁ ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ବିଚାରପତି ଆରଏସ ରେଡ୍ଡି ଓ ଏମଆର ଶାହାଙ୍କୁ ନେଇ ଗଠିତ ପୀଠ ଆଗ୍ରହ୍ଯ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ କ୍ଷମତାରେ ଆମେ ହସ୍ତକ୍ଷେପ କରିପାରିବୁ ନାହିଁ । ପୀଠ କହିଛନ୍ତି ‘ଆମେ ଭାରତର ନିର୍ବାଚନ ଆୟୋଗକୁ କିପରି କହିବୁ ଯେ ନିର୍ବାଚନ କର ନାହିଁ ? କରୋନା ମହାମାରୀ ନିର୍ବାଚନ ସ୍ଥଗିତ ରଖିବା ନେଇ ବୈଧ କାରଣ ନୁହେଁ ।’ ଆବେଦନକାରୀଙ୍କ ଓକିଲ କହିଥିଲେ ଯେ କରୋନା ପାଇଁ ରାଜ୍ୟରେ ମୁକ୍ତ ଓ ଅବାଧ ନିର୍ବାଚନ କରିବା ସମ୍ଭବ ନୁହେଁ ।ଏହା ସହିତ ଜନ ପ୍ରତିନିଧି ଆଇନର ବ୍ୟବସ୍ଥା ଅନୁଯାୟୀ ବିରଳ ସ୍ଥିତିରେ ନିର୍ବାଚନ ସ୍ଥଗିତ ରଖାଯାଇପାରିବ । ଏହା ସହିତ କରୋନା ଯୋଗୁଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ଓ ବିଧାୟକ ପ୍ରଭାବିତ । ତେଣୁ ଲୋକଙ୍କ ଜୀବନ ତୁଳନାରେ ନିର୍ବାଚନ ଜରୁରୀ ଆବଶ୍ୟକ ନୁହେଁ ବୋଲି ଆବେଦନକାରୀଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ ।ଏହି ଯୁକ୍ତିକୁ ଆଗ୍ରହ୍ଯ କରି ସୁପ୍ରିମକୋର୍ଟ କହିଛନ୍ତି ଯେ କୌଣସି ସ୍ଥାନରେ ନିର୍ବାଚନ କରାଇବା ସମ୍ଭବ କି ନୁହେଁ ତା’ ଉପରେ ଇସିଆଇ ବିଚାର କରି ଆବଶ୍ୟକ ନିଷ୍ପତ୍ତି ନେବେ ।

Leave A Reply

Your email address will not be published.