ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବରୀ ଓ ଯାଜପୁର ଅଞ୍ଚଳରେ ବିଶୋଧନ କାର୍ଯ୍ୟକ୍ରମ ।

0 72

ଯାଜପୁର,(ପିପିଟି ନ୍ଯୁଜ୍)୨୧/୦୫,ବିଭିନ୍ନ ସେବାର ଦେବଦୂତ ସାଜି ଅନ୍ନନ୍ୟ ଅନୁଷ୍ଠାନ “ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ”,ଓଡ଼ିଶା ପକ୍ଷରୁ ଯାଜପୁର ଜିଲ୍ଲାପାଳ ବିଶିଷ୍ଟ ସାହିତ୍ୟିକ ରଂଜନ ଦାସ, ଗୋଷ୍ଠୀ ଉନ୍ନୟନ ଅଧିକାରୀ  ଶାଶ୍ୱତ ଜେନାଙ୍କ ଅନୁମତି କ୍ରମେ ବରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର,ବରୀ ପୋଲିସ ଷ୍ଟେସନ,ତହସିଲ କାର୍ଯ୍ୟାଳୟ, ତାରତ୍ନଗିରି ନିୟୁ ସିଏଚସି,କଲମାଟିଆ ସିଏଚସି,କାଦମ୍ବିନୀପାଳ ମହିଳା ମହାବିଦ୍ୟାଳୟ,ସ୍ଵାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର-ଅଟିରା, ଅଭିମନ୍ୟୁ ସମନ୍ତସିଂହାର ମହାବିଦ୍ୟାଳୟ-ବାଲିଆ, କାଶୀନାଥ ମହାବିଦ୍ୟାଳୟ-କାଇପଡାସ୍ତିତ ଅସ୍ଥାୟୀ ସଂଗରୋଧ କେନ୍ଦ୍ର ଆଦି ବିଭିନ୍ନ ଅଞ୍ଚଳ ବୁଲି କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବିଶୋଧନ କରାଯାଇଛି । ଦେଶରେ କରୋନା ଯୋଦ୍ଧା ଭାବରେ ଲଢ଼ୁଥିବା ସମସ୍ତ ସେବାୟତ,କର୍ମଚାରୀ,ସ୍ୱେଚ୍ଛାସେବୀଙ୍କ ପରି କରୋନା ଯୋଦ୍ଧା ଭାବରେ ଟ୍ରଷ୍ଟ ତରଫରୁ ଟ୍ରଷ୍ଟି ଇଂ. ବିମଳ ଦାସ,ଵିଜୟ ସାହୁ,ତୁଷାର ଶାନ୍ତି,ବିରେନ ରାଉତ, ପ୍ରକାଶ ଧଳ, ଦେବାଶିଷ ଧଳ,ସତ୍ୟବ୍ରତ ସମାଲ, ତପନ ଜେନା,ସଂଗ୍ରାମ ସାହୁ, ଦୀପକ ମଲ୍ଲିକ ତଥା ବହୁ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ବିଶୋଧନ କରିଛନ୍ତି । ଏହି ମହତ କାର୍ଯ୍ୟ ପାଇଁ ଟ୍ରଷ୍ଟକୁ ବରୀ ବ୍ଲକର ମାନ୍ୟବର ବିଧାୟିକା ସୁନନ୍ଦା ଦାସ ତଥା ବୁଦ୍ଧିଜୀବୀ ମହଲ ଓ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି । ଏହି ଭଳିସେଵା କାର୍ଯ୍ୟ ବରୀ ବ୍ଲକର ସମସ୍ତ ଅଂଚଳରେ ଏବଂ ରାଜ୍ୟର ବିଭିନ୍ନ ସ୍ଥାନ ମାନଙ୍କରେ  ଚାଲୁ ରହିବ ବୋଲି ମ୍ୟାନେଜିଙ୍ଗ ଟ୍ରଷ୍ଟି ସମାଜସେବୀ ଇଂ. ବିମଳ ଦାସ,ସାଂସ୍କୃତିକ  ସମ୍ପାଦକ ଶିବ ପ୍ରସାଦ ଦାସ ଜଣାଇଛନ୍ତି ।

Leave A Reply

Your email address will not be published.