ବିଶ୍ୱ ଶ୍ରମିକ ଦିବସରେ ସିନେ ଶ୍ରମିକ ଆସୋସିଏସନ ର ସମ୍ପାଦକ ରାଜ୍ୟ ସରକାରଙ୍କ ବୈମାତୃକ ମନ ଭାବ ଉପରେ ପ୍ରଶ୍ନ ଉଠାଇଲେ ।

0 75

ବିଶ୍ୱ ଶ୍ରମିକ ଦିବସରେ  ସିନେ ଶ୍ରମିକ ଆସୋସିଏସନ ର ସମ୍ପାଦକ ରାଜ୍ୟ ସରକାରଙ୍କ ବୈମାତୃକ ମନ  ଭାବ ଉପରେ  ପ୍ରଶ୍ନ ଉଠାଇଲେ ।
ବୋଲଗଡ ,(ପିପିଟି)୦୨/୦୫,ମଇ ୧ତାରିଖକୁ ସାରା ବିଶ୍ୱରେ ଶ୍ରମିକ ଦିବସ ଭାବେ ପାଳନ କରାଯାଉଥିବା ବେଳେ  ଆଜି ଖୋର୍ଦ୍ଧା  ଜିଲ୍ଲା  ବୋଲଗଡ ବ୍ଲକ ଚମ୍ପା ଇଲୋ ଠାରେ ସିନେ ଶ୍ରମିକ ଆସୋସିଏସନ ର ଷଷ୍ଠ ତମ ବାର୍ଷିକ ଉର୍ତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ସିନେ ଶ୍ରମିକ ଆସୋସିଏସନ ର ସମ୍ପାଦକ ମାନସ ମିଶ୍ର  ପ୍ରେସ୍ ମିଟରେ  ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ ।ଦେଶରେ କରୋନା ଭୁତାଣୁ  ସଂକ୍ରମିତ  ଲାଗି ୪୦ଦିନ ଧରି  କେନ୍ଦ୍ର ଓ ରାଜ୍ୟ ରେ ଲକ ଡାଉନ ଘୋଷଣା ଜାରି ରହିଲା ।ଉକ୍ତ ସମୟରେ ସରକାରଙ୍କୁ ସମ୍ମାନ ଜଣାଇ ସମସ୍ତ ପରିବାର ଘରେ ବନ୍ଧ ରହିଲେ, ସମସ୍ତ ଶ୍ରମିକ ମାନଙ୍କ ଲାଗି ସହାୟତା  ପ୍ରଦାନ କରା ଗଲା । ନିର୍ମାଣ ଶ୍ରମିକ ମାନେ  ଏହି ସମୟରେ  ୩ମାସ ର ଭତ୍ତା ୧୫୦୦ଟଙ୍କା ପାଇଲେ, ମାତ୍ର ସିନେ ୱାର୍କରସ  ଆସୋସିଏସନର  ଶ୍ରମିକ ମାନଙ୍କ ପରିବାର ଲକ୍ ଡାଉନରେ ଦୟନୀୟ ଅବସ୍ଥାରେ  ଥିଲେବି ମଧ୍ୟ ଆମ୍ଭ ମାନଙ୍କ  କଥା  ବିଚାର କରା ଗଲା ନାହିଁ ।ତେଣୁ କେନ୍ଦ୍ର ସରକାର ଦେଇଥିବାସମସ୍ତ  ଶ୍ରମିକ ମାନ୍ୟତା କାର୍ଡ ଲକ୍ ଡାଉନ  ଫିଟିଲେ ଫେରାଇ ଦେବୁ, କହିବା  ସହ ୧୯୮୧ମସିହା ଠାରୁ ଆଜି ପର୍ଯନ୍ତ ସମସ୍ତ ଯୋଜନାର ଅର୍ଥ ବର୍ଦ୍ଧିତ ହୋଇ ନଥିବା ପ୍ରକାଶ କରି ଥିଲେ ।ଏ ନେଇ ମୁଖ୍ୟମନ୍ତ୍ରୀ, ଶ୍ରମ ମନ୍ତ୍ରୀ, ଶ୍ରମ କମିଶନର ,ପ୍ରମୁଖ ସଚିବ, ତଥା ଶ୍ରମଆୟୁକ୍ତ, ସମେତ ବିଭାଗୀୟ  ଅଧିକାରୀ  ମାନଙ୍କୁ ଜଣାଇଥିଲେ  ମଧ୍ୟ୍ୟ କିଛି ବିଚାର କରା ଯାଇନାହିଁ କି ବୃଦ୍ଧି କରା କରାଯାଇନାହିଁ ।
ରିପୋର୍ଟ – ଶୁଶାନ୍ତ ପ୍ରଧାନ ।

Leave A Reply

Your email address will not be published.