ବିଭିନ୍ନ ଦାବିରେ ଏଆଇଏସଏଫର ପ୍ରତିବାଦ ।

0 237

ଜଗତସିଂହପୁର,(ପିପିଟି ନ୍ଯୁଜ୍ ) ତା୧୯/୦୫,କରୋନା ମହାମାରୀ ବିରୋଧରେ ସାରା ବିଶ୍ବ ଯୁଦ୍ଧ କରୁଥିବା ବେଳେ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ଅନିଶ୍ଚିତତା ମଧ୍ୟରେ ରହିଛି । ଏହାକୁ ଦୃଷ୍ଟିରେ ରଖି  ଶିକ୍ଷା, ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ଦାବୀ ନେଇ ଅଖିଳ ଭାରତ ଛାତ୍ର ସଂଘ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ଲାକାର୍ଡ ପ୍ରଦର୍ଶନ କରାଯାଇଛି ।ସୋମବାର ଦିନ ଜଗତସିଂହପୁର ବ୍ଲକ୍ ର ଉଗାଳପୁର,ମଲ୍ଲପୁର, ତିର୍ତ୍ତୋଲ ବ୍ଲକ୍ ର କୋତିଆଁ ଠାରେ ମଧ୍ୟ  ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ରେ ବିଭିନ୍ନ ଦାବୀ ଲେଖି ପ୍ରଦର୍ଶନ କରିଥିବାରୁ ଏଆଇୱାଇଏଫ୍ ରାଜ୍ୟ ଉପସଭାପତି ସତ୍ୟ ରଂଜନ ମହାନ୍ତି ଛାତ୍ରଛାତ୍ରୀମାନଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିଛନ୍ତିି ।
ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି

Leave A Reply

Your email address will not be published.