ଭଞ୍ଜନଗର,୨୬/୧୨(ପିପିଟି); ଭଞ୍ଜନଗର ସ୍ଥିତ ନାରାୟଣ ମନ୍ଦିର ସାହିରେ ରହୁଥିବା ବାରମଜା ବ୍ୟବସାୟୀ ପୂର୍ଣ୍ଣ ରାଜୁଙ୍କ ପତ୍ନୀ ରିଙ୍କି ରାଜୁ (୩୦) ଆଜି ଦିନ ୩ଟା ବେଳେ ଘରେ କେହି ନଥିବା ସୁଯୋଗରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘରର ଅନ୍ୟ ସଦସ୍ୟ ମାନେ ଭୋଜି ଖାଇ ଘରକୁ ଫେରି ରିଙ୍କିକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ ନେଇଥିଲେ। ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଥିଲା। ହେଲେ ଆତ୍ମହତ୍ୟାର କୌଣସି ସଠିକ୍ କାରଣ ଜଣାପଡିନାହିଁ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )