ସୁବର୍ଣ୍ଣପୁର ,୧୫/୦୭(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମରାଡୁ ଗୋଛା ଗ୍ରାମ ପଞ୍ଚାୟତ ର ମରାଡୁଗୋଛା ଛକ ଠାରୁ ଗୁଞ୍ଜିମୁଣ୍ଡା ଛକ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡିଛି I ରାସ୍ତା ମରାମତି ନେଇ ପ୍ରଶାସନର ପ୍ରତିଶୃତି କାର୍ଯ୍ୟ କାରି ନହେବା ଦୀର୍ଘ ତିନି ମାସ ବିତିଯାଇଥିଲେ ମଧ୍ୟ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ ପୁଣି ଥରେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନେ ରାସ୍ତା ମରାମତି ଦାବୀ ନେଇ ଆଗାମୀ ୨୩/୭ରେ ରାସ୍ତାରୋକ କରିବା ନେଇ ଜିଲ୍ଲାପାଳଙ୍କ ଉଦେଶ୍ୟ ରେ ତରଭା ବିଡ଼ିଓ ଙ୍କୁ ଏକ ଦାବୀପତ୍ର ଦିଆ ଯାଇଥିବାର ଜଣା ଯାଇଛି । ମିଳିଥିବାରୁ ସୂଚନା ଅନୁଯାଇ ଗତ ୧୪/୩ ଏହି ରାସ୍ତା ରୋକ ମରାମତି ଓ ନିର୍ମାଣ ସଙ୍ଗେ ରାସ୍ତାରୋକ କରିବା ପାଇଁ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ଅଭିଯୋଗ କୁ ନେଇ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ, ରାଜସ୍ୱ ବିଭାଗ ଏବଂ ଅଞ୍ଚଳ ର ଗ୍ରାମବାସୀଙ୍କ ପ୍ରତିନିଧି ମାନଙ୍କୁ ନେଇ ସମୁନୟ ବୈଠକ ତରଭା ବିଡ଼ିଓ ଙ୍କ କାର୍ଯ୍ୟଳୟ ରେ ଗତ ୨୨/୩ତାରିଖ ରେ ଅନୁଷ୍ଠିତ ହୋଇ ଥିଲା I ଉପଜିଲ୍ଲାପାଳ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ପ୍ରତିଶୃତିକୁ ସମ୍ମାନ ଜଣାଇଗ୍ରାମ ବାସୀ ଙ୍କ ପକ୍ଷରୁ ୨୬/୩ ରାସ୍ତା ରୋକ କୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଁ ନ ଯିବାରୁ ପୁଣି ଧରେ ଛାତ୍ର ଛାତ୍ରୀ ଓ ଅଞ୍ଚଳବାସୀ ମାନଙ୍କୁ ନେଇ ଆସନ୍ତା ୨୩ ତାରିଖରେ ରାସ୍ତାରୋକ କରିବା ପାଇଁ ତରଭା ବିଡ଼ିଓ ଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କ ଉଦେଶ୍ୟରେ ବ୍ରହ୍ମଣୀ ସ୍ଥିତ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରରେ ରବି ନାରରାୟଣ ସାହୁ, ଅଶୋକ ଦାଶ, ଇଶ୍ଵର ମହଲାଙ୍କ ନେତୃତ୍ୱରେ ଶତାଧିକ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ଦସ୍ତଖତ ସମ୍ମିଳିତ ୨ଦଫା ଦାବୀ ପତ୍ର ପ୍ରଦାନ କରି ଛନ୍ତି । ଉକ୍ତ ଦାବୀପତ୍ରରେ ଜିଲ୍ଲାପାଳ ଏହି ରାସ୍ତା ନିଜ ପରିଦର୍ଶନ ରେ ଆସି ଆମ ସମସ୍ୟା ଦେଖନ୍ତୁ ଓ ଆମ ସମସ୍ୟା ବିଚାର କରନ୍ତୁ । ରାସ୍ତା ଉପରେ ରହିଥିବା ସମସ୍ୟା ପ୍ରତି ଅନୁଧ୍ୟାନ କରିବା ନେଇ ଦାବୀପତ୍ରରେ ଉଲ୍ଲେଖ ରହିଛି । ଆଗାମୀ ଦିନରେ କୌଣସି ପଦକ୍ଷେପ ନ ନେଲେ ଆଗାମୀ ୨୩/୭ ରେ ଗୁଞ୍ଜିମୁଣ୍ଡା ଛକ ରେ ରାସ୍ତାରୋକ କରା ଯିବ ବୋଲି ଉଲ୍ଲେଖ ରହିଛି ।
ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ