ବିନା ନାମ ଫଳକରେ ନିମ୍ନ ମାନର କାର୍ଯ୍ୟ କରିଥିବା ଅଭିଯୋଗ ।

0 473

ବ୍ରହ୍ମପୁର,୧୮/୦୮(ପିପିଟି) କୁକୁଡାଖଣ୍ଡି ବ୍ଲକ ରୋହିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନଳିହାଡ଼ ଗ୍ରାମରେ ଏକ ଫେବର ରେ କରିଥିବା ଏକ ମାସର କାଯ୍ୟଟି ନିମ୍ନ ମାନର କାଯ୍ୟ ହୋଇଥିବାରୁ ରାସ୍ତାଟି ଅଧିକାଂଶ ଜାଗାରେ ଦବିଯାଇ ପାଣି ସବୁ ବେଳେ ଜମାରହୁଥିବା ଦେଖିବାକୁ ମେଳୁଛି । ସେହି ରାସ୍ତା ଦେଇ ସ୍କୁଲର ଛାତ୍ର ଛାତ୍ରୀ ଜୀବା ଆସିବାରେ ଅସୁବିଧା ହେଉଛନ୍ତି । ଏପଟେ ଉକ୍ତ କାର୍ଯ୍ୟଟିର ନାମ ଫଳକ ମଧ୍ୟ୍ୟ କରାଯାଇନହିଁ l ସେହିପରି ନୁଆଁ ପାଣ୍ଡିଆଝୋଳି ରେ କରାଯାଇଥିବା ମାତ୍ର ଦଶ ଦିନ ତଳେ କାଯ୍ୟଟି ସମ୍ପୂର୍ଣ୍ଣି ନିମ୍ନ ମାନର ହୋଥିବାରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି ଓ ନାମ ଫଳକ ମଧ୍ୟ୍ୟ କରାଯାଇନହିଁ । ସରକାରଙ୍କ ନିୟମାଅନୁସାରେ କାର୍ଯ୍ୟ ଗୁଡିକର କାର୍ଯ୍ୟାଦେଶ ଵିଭାଗୀୟ ଜରିଆରେ କାର୍ଯ୍ୟ କରିବାର ନିର୍ଦ୍ଦେଶ ଥିଲେ ସୁଦ୍ଧା ତାହା କିପରି ବିନା ନାମ ଫଳକରେ ନିମ୍ନ ମାନର କାର୍ଯ୍ୟହେଲା ତାହା ଲୋକ ମାନଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଏହି କାଯ୍ୟ ବିଷୟରେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାକୁ ଯୋଗାଯୋଗ କରିଥିଲୁ କିନ୍ତୁ ହୋଇ ପାରି ନାହିଁ । କାର୍ଯ୍ୟାଦେଶ ବିଭାଗୀୟ ଅଧିକାରୀଙ୍କ ନାମରେ ଅଛି ।ଏହି ଘଟଣା ପ୍ରତି ଜିଲ୍ଲାପାଳ,ପଡି ଓ ଭିଜିଲାନ୍ସ ଦୃଷ୍ଟି ଦେଇ ଅଭିଯୋଗର ସତ୍ୟା ସତ୍ୟ ଉପରେ ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.