ବିନା ଜାକ ଜକମ ଓ କରୋନା କଟକଣା ଭିତରେ ପାଳିତ ହେଲା ସ୍ୱାଧୀନତା ଦିବସ ।

0 1,242

ସାନଖେମୁଣ୍ଡି,୧୫/୦୮(ପିପିଟି); ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏରେଣ୍ଡ୍ରା ପଞ୍ଚାୟତରେ ଆଜି ସ୍ଵାଧୀନତା ଦିବସ ବିନା ଜାକ ଜକମରେ ପାଳିତ ହୋଇଅଛି । ଗ୍ରାମ ପଞ୍ଚାୟତ ସ୍ତରୀୟ ଉତ୍ସବ ପାଳନ ଅବସରରେ ସରପଞ୍ଚ ପ୍ରତିନିଧି ସହଦେବ ପ୍ରଧାନ,ବିଜୁ ଯୁବବହିନୀ ସମ୍ପାଦକ ବସନ୍ତ ପ୍ରଧାନ,ସାଧାରଣ ସମ୍ପାଦକ ଜଗନ୍ନାଥ ବରାଡ଼,କୋଷାଧ୍ୟକ୍ଷ ହରିହର ବରାଡ଼,ରାଧାକୃଷ୍ଣ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଅମୂଲ୍ୟ ପ୍ରଧାନଙ୍କ ଉପସ୍ଥିତିରେ କରୋନା କଟକଣା ଜନିତ କାରଣରୁ ସୀମିତ ପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ଗହଣରେ ନ୍ୟାୟ ସରପଞ୍ଚ କାଳୁ ଚରଣ ଜେନା ଜାତୀୟ ପତାକା ଉତ୍ତୋଳନ କରିଥିଲେ । କରୋନା ମହାମାରୀର କରାଳ ରୂପ ଏବଂ ଅଜଣା ଜ୍ୱରରେ ଜନ ସାଧାରଣଙ୍କ ଧର୍ଯ୍ୟପୂର୍ଣ ମୁକାବିଲାକୁ ନେଇ ଅଞ୍ଚଳର ଜନ ସାଧାରଣଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଥିଲେ । ସରପଞ୍ଚ ପ୍ରତିନିଧି ସହଦେବ ପ୍ରଧାନ ଧର୍ଯ୍ୟ ଏବଂ ସାହସ ର ସହିତ କରୋନାକୁ ପ୍ରତିହତ ଏବଂ ଜନ ସାଧାରଣ ଙ୍କୁ କରୋନାର କବଳରୁ ରକ୍ଷା କରିଥିବାରୁ ଉପସ୍ଥିତ ବୁଦ୍ଧିଜୀବୀ ମାନେ କୃତଜ୍ଞତା ଜ୍ଞାପନ କରିଥିଲେ । ସେହିପରି ଏରେଣ୍ଡ୍ରା ପଞ୍ଚାୟତର ବିଶ୍ୱନାଥପୁର ଗ୍ରାମରେ ମଧ୍ୟ ସ୍ୱାଧୀନତା ଦିବସ ପାଳନ ଅନୁଷ୍ଠିତ ହୋଇଥିଲା । ଗ୍ରାମର ସେନାବାହିନୀ ରେ କାର୍ଯ୍ୟରତ ଅଳୟ ପ୍ରଧାନ,ବିଜୁ ଯୁବବହିନୀ କୋଷାଦ୍ଧକ୍ଷ ହରିହର ବରାଡ଼,ସାଧାରଣ ସମ୍ପାଦକ ଜଗନ୍ନାଥ ବରାଡ଼ ଏବଂ ଗ୍ରାମର ଯୁବପିଢ଼ିଙ୍କ ଉପସ୍ଥିତିରେ ରାଧାକୃଷ୍ଣ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଅମୂଲ୍ୟ ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାନ କରିଥିଲେ । କରୋନା ଭଳି ମହାମାରି ସମୟରେ ନିଜ ନିଜ ଭିତରେ ସାମାଜିକ ଦୂରତା,ମାସ୍କ ପରିଧାନ କରି ଉତ୍ସବ ପାଳନ କରାଯାଇଥିଲା । ପରିଶେଷରେ ସରପଞ୍ଚ ପ୍ରତିନିଧି ସହଦେବ ପ୍ରଧାନ କରୋନାର ଭୟାବହ ଏବଂ କରୋନାକୁ କିପରି ପ୍ରତିହତ କରାଯାଇପାରିବ ସେ ଉପରେ ସମସ୍ତ ଜନ ସାଧାରଣକୁ ଅବଗତ କରାଇଥିଲେ । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.