ବିଧାୟକ ଏବଂ ଉପଜିଲ୍ଲାପାଳଙ୍କ ମାରାଥନ ଗସ୍ତ ।

0 134

ବରଗଡ,(ପିପିଟି ନ୍ଯୁଜ୍)୦୩/୦୪ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା , ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ଓ ପାଇକମାଲ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ ଆଜି ପାଇକମାଲ ବ୍ଲକ ର ମାଣ୍ଡିଆଢ଼ିପା , କେଛୋମାଲ , ଟେମରି, ବୁକୁରାମୁଣ୍ଡା , ବାଦୀକଣ୍ଟା , ଓ ଲାଖମରା ପଂଚାୟତ କୁ ପହଞ୍ଚି ସରକାରଙ୍କର ଦ୍ୱାରା ପରିଚାଳିତ ହେଉଥିବା ରନ୍ଧା ଖାଦ୍ୟ ବ୍ୟବସ୍ଥା କୁ ଅନୁଧ୍ୟାନ କରିଥିଲେ । ମୁଖ୍ୟତଃ ଖାଦ୍ୟ ର ମାନ ଓ ପରିମାଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ମାନ୍ୟବର ବିଧାୟକ । ରାଜ୍ୟ ସରକାରଙ୍କ କଡା ନିର୍ଦେଶ ରହିଛି ଯେ ଏହି ଲକଡାଉନ ସମୟରେ କେହି ଯେମିତି ଭୋକିଲା ନ ରୁହେ । ଏହି ନିର୍ଦେଶକୁ କଡା କଡାକଡି ଭାବରେ ପାଳନ କରିବାକୁ ମାନ୍ୟବର ବିଧାୟକ ଓ ଉପଜିଲ୍ଲାପାଳ ପଂଚାୟତ ର କର୍ମଚାରୀ ଓ ସରପଞ୍ଚ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ସମସ୍ତ ପଂଚାୟତ ଗୁଡିକ ରେ ତିଆରି କରାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ମଧ୍ୟ ଦେଖିଥିଲେ ମାନ୍ୟବର ବିଧାୟକ ଓ ଉପଜିଲ୍ଲାପାଳ । ଗ୍ରାମରେ ଯେମିତି ଲୋକ ଘରୁ ବାହାରକୁ ନ ବାହାରିବେ ଓ ସାମାଜିକ ଦୂରତା ରକ୍ଷା କରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ପଂଚାୟତ ପ୍ରତିନିଧି ମାନଙ୍କୁ କହିଥିଲେ ମାନ୍ୟବର ବିଧାୟକ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ

Leave A Reply

Your email address will not be published.