ବିଧବା ମହିଳା ମାନଙ୍କ ଉନ୍ନତି ଦିଗରେ ମହିଳା ଶକ୍ତିର ପ୍ରୟାସ ।

0 446

ବ୍ରହ୍ମପୁର,୦୯/୦୭(ପିପିଟି);ବିଶେଷ କରି ବିଧବା ମହିଳା ମାନେ ଚିର ଅବହେଳିତ, ଘୃଣିତ ଓ ଶୋଷଣର ଶିକାର ହୋଇ ଦୁଃଖ କଷ୍ଟରେ ଦିନ କାଟୁଥିବା ବେଳେ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ମହିଳା ଶକ୍ତି ସେବା ଟ୍ରଷ୍ଟ ବିଭିନ୍ନ ଯୋଜନା ହାତକୁ ନେଇଛି।ସେହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ମହିଳା ଶକ୍ତି ସଙ୍ଗଠନ ତରଫରୁ ଆଜି ଏକ ବୈଠକ ବ୍ରହ୍ମପୁର ସ୍ଥିତ ଗଜପତି ନଗର ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅଧ୍ୟକ୍ଷ ରାମକୃଷ୍ଣ ପଟ୍ଟନାୟକ,ସମ୍ମାନିତ ଅତିଥି ଭାବେ ବରିଷ୍ଠ କର୍ମକର୍ତ୍ତା ପ୍ରଦୀପ କୁମାର ପାଢୀ,ସନ୍ତୋଷ କୁମାର ସାହୁ ଯୋଗ ଦେଇଥିଲେ। ଏଥିରେ ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ପଟ୍ଟନାୟକ ସଂଯୋଜନା କରିଥିଲେ। ଜିଲ୍ଲାର ପ୍ରତ୍ୟେକ ସ୍ଥାନରେ ମହିଳା ଶକ୍ତିର କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଆଗାମୀ ଦିନରେ କିଭଳି ସମସ୍ତ ବିଧବା ମହିଳା ଏହି ଯୋଜନାରେ ସାମିଲ ହୋଇ ଉପକୃତ ହୋଇପାରିବେ ସେଥିପାଇଁ ସମସ୍ତେ ଚେଷ୍ଟା କରିବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ। ମହିଳା ଶକ୍ତି ସଙ୍ଗଠନର କାର୍ଯ୍ୟପନ୍ଥା ଓ ଉପାଦେୟତା ସମ୍ପର୍କରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଅଧ୍ୟକ୍ଷ ମାନେ ଆଲୋଚନା କରିଥିଲେ।ସେଥି ମଧ୍ୟରେ ଆସିକା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପାଢୀ, ପାଟପୁର ଅଧ୍ୟକ୍ଷ ସନ୍ତୋଷ କୁମାର ଗୌଡ଼, ସଙ୍ଗିତା ମହାଙ୍କୁଡ଼, ବେଲଗୁଣ୍ଠା ଅଧ୍ୟକ୍ଷ ବିଭୁପାଦ ଜେନା, ବ୍ରହ୍ମପୁର ଯୁବ ଅଧ୍ୟକ୍ଷ ଅଭିମନ୍ୟୁ ନାୟକ, ସଙ୍ଗିତା ମୁନି ନିଜ ନିଜର ମତ ଦେଇଥିଲେ। ଶେଷରେ ଚିନ୍ମୟ କୁମାର ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ, ଏନଏସି ଓ ପୋୖରାଞ୍ଚଳରୁ ପ୍ରାୟ ୩୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.