ବିଦ୍ୟୁତ ବିଭାଗ ଘେରିଲେ ଶତାଧିକ ପଞ୍ଚାୟତ ବାସୀ ।

0 180

କୋଦଳା,୦୫/୦୮(ପିପିଟି); ବାରମ୍ବାର କୋଦଳା ସାଉଥକୋ ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ତଥା ବିଜୁଳି ବିଭ୍ରାଟ ରେ ଅତିଷ୍ଠ ହୋଇ ମଙ୍ଗଳବାର ବିଳମ୍ବିତ ରାତିରେ ୭୦୦ରୁ ଉର୍ଦ୍ଧ୍ବ ପଞ୍ଚାୟତ ବାସୀ କୋଦଳା ବ୍ରହ୍ମପୁର ମୁଖ୍ୟ ରାସ୍ତାରେ ଥିବା ସାଉଥକୋ ବିଦ୍ୟୁତ ବିଭାଗରେ ପହଞ୍ଚି ପ୍ରାୟ ଏକଘଣ୍ଟା ରୁ ଅଧିକ ସମୟ କାର୍ଯ୍ୟାଳୟକୁ ଘେରାଉ କରି ରଖିଥିବା ଏବଂ କୋଦଳା ପୋଲିସର ହସ୍ତକ୍ଷପ ପରେ ସେଠାରୁ ଫେରିଥିବା ଜଣାପଡ଼ିଛି । ମୋତେ ଯେତେ ମାଠିବୁ ମାଠ ,ଏମିତି ଦେଖାଦେଇଛି କୋଦଳା ବିଦ୍ୟୁତ ବିଭାଗ ରେ ।ଯେତେ ଯିଏଁ ଅଭିଯୋଗ କଲେ ବି ବିଜୁଳି ସମସ୍ୟା ସୁଧୁରୁନି କି ବିଜୁଳି କର୍ମକର୍ତ୍ତାଙ୍କ ବେଖାତିର ମନୋଭାବ କମିବାର ନା ନେଉନି । ଯେଉଠି ପତ୍ର ହଲିଲେ ବିଦ୍ୟୁତ ଗାୟବ ହେବା ସହିତ ମେଘବର୍ଷା ହେବାର ସୂଚନା ଓ ସମ୍ଭାବନା ଦେଖାଦିଏ । ବିଦ୍ୟୁତ କର୍ମଚାରୀଙ୍କୁ ଆଜି କେତେ ସମୟ ପାବାରକଟ ହେବ ବୋଲି ଜନସାଧାରଣ ପଚାରିବା ବଦଳରେ ପଚାରୁଛନ୍ତି ଆଜି କେତେ ସମୟ ବିଜୁଳି ରହିବ । ୨୪ଘଣ୍ଟାରୁ ମାତ୍ର ୮ଘଣ୍ଟା ପର୍ଯ୍ୟାୟ କ୍ରମେ ସ୍ଥିର ଭାବେ ଲାଇନ ରହୁଛି ଅବଶିଷ୍ଠ ସମୟ କର୍ମକର୍ତ୍ତାଙ୍କ ଦୟାରେ ଯିବା ଆସିବା କରେ । କାର୍ଯ୍ୟାଳୟରେ ଥିବା କର୍ମକର୍ତ୍ତା ଏପରି ବିଜୁଳି ବିଭ୍ରାଟ କରି ଉଚ୍ଚପଦସ୍ତ କର୍ମକର୍ତ୍ତାଙ୍କ ଠାରୁ ବାହାବା ପାଉଥିବାରୁ ବିଭିନ୍ନ ଆଳ ଦେଖାଇ ଲାଇନ କାଟୁଥିବା କିଛି ବ୍ୟକ୍ତି କହିଛନ୍ତି । ଏଠି ଜେଇ , ଏସଡ଼ିଓଙ୍କ ଠାରୁ ଲାଇନମେନଙ୍କ ଭାଉ ଅଧିକ । କାରଣ ବିଲ କଲେକ୍ସନ ବ୍ୟତିତ ଅନ୍ୟ କୌଣଷି ପରିସ୍ଥିତିରେ ଜେଇ ,ଏସଡିଓଙ୍କ ଦେଖା ମିଳି ନଥାଏ । ସର୍ବେସର୍ବା ସ୍ଥାନୀୟ ଲାଇନମେନ । ସେମାନଙ୍କୁ ଅଭିଯୋଗ କଲେ ଆଇନର ଭୟ ଦେଖାଉଥିବା ଅଭିଯୋଗ ।ବର୍ତ୍ତମାନ ବିଜୁଳିର ଲୁଚକାଳି ଖେଳ ରେ ବିଦ୍ୟାର୍ଥୀଙ୍କ ଅନଲାଇନ ପାଠପଢା ବିଦ୍ୟାର୍ଥୀ ସମେତ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି । କାରଣ ଏଠି ବିଜୁଳି କଟୁ କଟୁ ନେଟ୍ବାର୍କ ମଧ୍ୟ ହଜିଯାଉଚି ।ଯାହାଫଳରେ ବିଦ୍ୟାର୍ଥୀ ଆସୂବିଧାର ସମ୍ମୁଖିନ ହୁଅନ୍ତି । ଗତ ଏକ ମାସ ଧରି ବିଦ୍ୟୁତର ଏକାପ୍ରକାର ଖେଳ ଏବଂ ବହୁଦିନ ରାତ୍ରରୁ ଅନିର୍ଦ୍ଦିଷ୍ଟ ବିଜୁଳି ବିଭ୍ରାଟ ଯୋଗୁଁ ଉତକ୍ଷିପ୍ତ ହୋଇ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ସାତଗୋଟି ପଞ୍ଚାୟତର ସାତଶହ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଏକତ୍ରିତ ଭାବେ ବିଦ୍ୟୁତ କାର୍ୟାଳୟକୁ ଘେରାବନ୍ଦି କରି ରଖିଥିଲେ କିନ୍ତୁ ସେଠାରେ ନା ଥିଲେ ଜେଇ କିମ୍ବା ଏସଡିଓ । କନିଷ୍ଠ ଯନ୍ତ୍ରୀ କିରଣ କୁମାର ମେଡିକାଲ ରେ ଅଛନ୍ତି ବୋଲି ଫୋନ ରେ କହିଥିଲେ ମଧ୍ୟ ବ୍ରେକଡାଉନ କେଉଁଠି ହୋଇଛି ଦେଖି ଶୀଘ୍ର ଲାଇନ ଦେବାକୁ ଚେଷ୍ଟା କରୁଛି ବୋଲି କହିଥିବା ବେଳେ ଏସଡିଓ ପୃଥିବୀ ରାଜ ଦାଶ ଫୋନ ମଧ୍ୟ ରିସିଭ କରିନଥିଲେ । କେବଳ କାର୍ୟାଳୟ ରେ ଥିବା ଜଣେ କ୍ଲାର୍କ ଓ ଦୁଇ କର୍ମଚାରି ଲୋକଙ୍କୁ ବୁଝାଇବାକୁ ଚେଷ୍ଟାକରିଥିଲେ କିନ୍ତୁ ଉତକ୍ଷିପ୍ତ ଜନସାଧାରଣ ସେମାନଙ୍କ ଜିଦି ରେ ଅଟଳ । ଏହି ସମୟରେ ପେଟ୍ରୋଲିଙ୍ଗ କରୁଥିବା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଏଏସଆଇ ମହେଶ୍ୱର ବେହେରା , ରାଇଟର ପ୍ରଶାନ୍ତ ରେଡ୍ଡୀ ଓ ସହକର୍ମୀଙ୍କ ସହିତ ସେଠାରେ ପହଞ୍ଚି ଲୋକଙ୍କୁ ଆଇନକୁ ହାତକୁ ନ ନେବାକୁ ପରାମର୍ଶ ଦେଇ ବୁଝାସୁଝା କରି ଫେରାଇଥିଲେ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି କିନ୍ତୁ ରାତ୍ର ଠିକ୍ ୧୨ ଘଣ୍ଟସମୟ ରେ ବିଦ୍ୟୁତ ଆସିବାରୁ ବ୍ରେକଡାଉନ ଉପରେ ସନ୍ଦେହ ପ୍ରକାଶ କରି ଏହା ନିଜର ଗୁରୁତ୍ଵ ବଢାଇବା ପାଇଁ ଲୋକାଲ ଲାଇନମେନଙ୍କ ଚାଲ ବୋଲି ଚର୍ଚ୍ଚା ହୋଇଥିଲା । ପୁଣି ବୁଧବାର ସକାଳ ୮ ଘଣ୍ଟରୁ ବିଜୁଳି ଚାଲିଜିବାରୁ କନିଷ୍ଠ ଯନ୍ତ୍ରୀଙ୍କ ସହିତ ଫୋନ ଯୋଗେ ଯୋଗାଯୋଗ ପରେ ସେ କହିଥିଲେ ଯେ ରାତିରେ ବ୍ରେକଡାଉନ ଯାଗା ଜଣାପଡିଯାଇଥିବାରୁ ଲୋକଙ୍କ ହାବଭାବକୁ ଦେଖି ଯେନତେନ ପ୍ରକାରେ ଲାଇନ ଚାର୍ଜ କରିଥିଲୁ ବର୍ତ୍ତମାନ ସେଗୁଡିକୁ ଉଚିତ ମରାମତି ପାଇଁ ସଟଡାଉନ ଲାଗି କାର୍ଯ୍ୟଆରମ୍ଭ କରିଛୁ । ଭବିଷ୍ୟତ ରେ ଏମିତ ଅସୁବିଧା ନ ହେବା ପାଇଁ ଶତ ପ୍ରତିଶତ ଚେଷ୍ଟା କରାଯିବ ବୋଲି କହିଥିଲେ ।

Leave A Reply

Your email address will not be published.