ବିଦ୍ଯୁତ ଆଘାତରେ ମୃତ୍ୟୁ ବରଣ କଲେ ଲଲିତ ବରିହା ।

0 395

ପଦ୍ମପୁର(ପିପିଟି ନ୍ଯୁଜ୍)୦୩/୦୬, ବହୁଦିନରୁ ପାଇକମାଲ ବ୍ଲକର ଲଖମରା ଠାରେ ବିଦ୍ୟୁତ ଖୁଣ୍ଟ  ଚଢ଼ି ନିୟମିତ ଭାବେ ବିଜୁଳି ସେବାଯୋଗାଇ ଆସୁଥିବା ଲଲିତ ବରିହାଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି  ହଠାତ ମୃତ୍ୟୁ ପଟିଛି । ସେ ଜଣେ ମେଳାପି ବ୍ୟକ୍ତି ବିଶେଷ ଥିଲୋ କ୍ଷତି ପୂରଣ ଦାବୀରେ ତାଙ୍କ ଶବକୁ ଆଣି ଲଖମରା ପଂଚାୟତ ସମିତି ରେ ଜନ ସାଧାରଣ ଅଡି ବସିଥିଲେ । ବିଭାଗୀୟ ଅଧିକାରୀଙ୍କୁ ଅଟକ ରଖି କ୍ଷତି ପୂରଣ ଦେବାକୁ ଜିଦ୍ କରିଥିଲେ ।ଶ୍ରୀବରିହାଙ୍କ ପାଇଁ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୃତ ଲଳିତ ଲଖମରା ରେ ଅବସ୍ଥାପିତ ନୂତନ ଭାବେ ନିର୍ମିତ ଗ୍ରୀଡରେ କାମ କରୁଥିଲେ । ନିକଟସ୍ଥ ସମ୍ବଲପୁରୀ ଅଂଚଳକୁ ବିଦ୍ୟୁତ ସରବରାହ ଛିନ୍ନ ଥିବାରୁ ସେ  ଫ୍ୟୁଜ୍ ବାନ୍ଧିଥିବା ସମୟରେ ବିଦ୍ୟୁତ୍ ଆଘାତ ପାଇ  ଖୁଣ୍ଟରୁ ଛିଟିକି ପଡି ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଉତ୍ତେଜନା ସ୍ଥାନରେ ଗ୍ରାମବାସୀ ଶବରଖି କ୍ଷତି ପୂରଣ ରାଶି ସମେତ ପରିବାରର ଜଣକୁ ଚାକିରୀ ପାଇଁ ଦାବୀ କରାଯାଇଥିଲା । ଘଟଣସ୍ଥଳକୁ ବିଦ୍ୟୁତ ବିଭାଗୀୟ ଅଧିକାରୀ ସୁଜିତ ବେହେରା,କନିଷ୍ଠ ଯନ୍ତ୍ରୀ ପ୍ରକାଶ କୁମାର ଦାଶ ଜଗଦଲପୁର ଥାନା ଆଇ.ଆଇ.ସି ମ୍ୟାଡମ ଲିଲିମା ଲଳିତା ବାର୍ଲା ପହଂଚି ଗ୍ରାମବାସୀଙ୍କ ସହ ବିଷଦ ଆଲୋଚନା କରିଥିଲେ । ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା  ମୁକ୍ତା ସାହୁ,ଲଖମରା ଗ୍ରାମପଂଚାୟତ ସରପଂଚ ଭିଷ୍ମଦେବ ଡନସନା, ଯୁବନେତା ସପ୍ତଲାଲ ଝଗରା,ଡଃ ସୁଦିପ୍ତ ସାହୁ, କୃଷ୍ଣଚନ୍ଦ୍ର ପଣ୍ଡା ସମାଜ ସେବୀ ପଦ୍ମଲୋଚନ ବେରିଆ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶବ ବ୍ୟବଛେଦ ଓ ଅନ୍ତେଷ୍ଟିକ୍ରିଆ ସକାଶେ ସରପଂଚ ହରିଶ୍ଚନ୍ଦ୍ର  ଯୋଜନା ମୁତାବକ ୨ହଜାର ଟଙ୍କା ଏବଂ ତହସିଲଦାର ରେଡକ୍ରସ ରୁ ୧୦ହଜାର ରାଶି ସହାୟତା ପ୍ରଦାନ କରାଯାଇଥିଲାା ଜଗଦଲପୁର ଆଇ.ଆଇ.ସି ମ୍ୟାଡମ ଜଗଦଲପୁର ଥାନା କେସ ନଂ ୭୧/୨୦ ଭାରତୀୟ ଦଣ୍ଡବିଧି ଧାରା:-୩୩୬/୩୦୪(ଏ) ଅନୁଯାଇ ଏକ କେସ ପଂଜିକରଣ କରି ଶବ ବ୍ୟବଛେଦ ପାଇଁ ପଦ୍ମପୁର ପଠାଇଛନ୍ତି ।ଶେଷରେ ବିଦ୍ଯୁତ ବିଭାଗ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.