ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ।

0 390

ପଦ୍ମପୁର,୩୦/୦୬(ପିପିଟି) ; ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ବର୍ଷ ଧରି ସୁରୁଖୁରୁରେ କାର୍ଯ୍ୟତୁଲାଇ ଆସୁଥିବା ଚତୁର୍ଥ ଶ୍ରେଣୀୟ କର୍ମଚାରୀ ପାନାଲାଲ ସାହୁ ଆଜି ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଏଭଳି ଦୁଃଖଦ ସମୟ ରେ ଉପଖଣ୍ଡ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଏକ ବିଦାୟ କାଳିନ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡଃ ତହସିଲ ସାହୁ, ସମ୍ମାନୀତ ଅତିଥି ଭାବେ ଡଃ ଗୀତାପିୟୁଷ ମିଶ୍ର ,ଡଃ ସରୋଜ ସେଠ,ଡଃ ସୁବର୍ଣ୍ଣ ଚନ୍ଦ୍ର ପଣ୍ଡା,ଡଃ ବିବେକାନନ୍ଦ ସ୍ୱାଇଁ ଉକ୍ତ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦାନ କରି ଆତିଥ୍ୟ ସ୍ୱୀକାର କରିଥିଲେ । ପାନାଲାଲ ଅନେକ ଉତ୍ଥାନ ପତନ ସହ ସଂଗ୍ରାମ ରତ କର୍ମମୟ ଜୀବନରେ ଆଜି ତାଙ୍କ ଚାକିରୀ ଜୀବନର କାର୍ଯ୍ୟକାଳ ସମାପ୍ତ ହୋଇଛି ତେଣୁ ମୁଖ୍ୟଅତିଥି ଦୁଃଖ ପ୍ରକାଶ କରିବା ସଙ୍ଗେସଙ୍ଗେ  ଜୀବନ ଓ ମୃତ୍ୟୁ ଯେମିତି ମଣିଷ ଜୀବନରେ ଦିନେନା ଦିନେ ଆସେ ଠିକ ସେମିତି ଚାକିରୀ ଜୀବନରେ ଅବସର ସମୟ ମଧ୍ୟ ଆସି ପହଞ୍ଚିଥାଏ ଏଣୁ ଏଥିରେ ମନଦୁଃଖ ନକରି ଜୀବନକୁ ଏକ ସୁନ୍ଦର କରି ନିଜ ପରିବାର ସହ ହସଖୁସି ରେ ଆଗେଇ ନେବାକୁ ଉଦବୋଧନ ଦେଇଥିଲେ । ଉପସ୍ଥିତ ସମସ୍ତ କର୍ମଚାରୀଙ୍କ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଶେଷରେ ଅତିଥି ମାନେ ମିଳିତ ଭାବେ ଅବସର ନେଉଥିବା ପାନାଲାଲ ସାହୁଙ୍କୁ ଫୁଲତୋଡା ସହ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି  ଥିଲେ ା ଶେଷ ରେ କର୍ମଚାରୀଙ୍କ ତରଫରୁ ଏକ୍ ସ୍ରେ ଟେକନିସିଆନ ଲିଆକତ ଅଲ୍ଲି ଖାନ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.