ବିଜେପି ପକ୍ଷରୁ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସମ୍ମାନୀତ କରାଗଲା ।

0 86

ପଦ୍ମପୁର,(ପିପିଟି ନ୍ଯୁଜ୍)୨୦/୦୫,ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାଶ ମୋଦିଙ୍କ ଆହ୍ୱାନ କ୍ରମେ ସାରା ଭାରତରେ ମଧ୍ୟ ଲକ୍ ଡାଉନ ଚାଲିଛି। ପ୍ରାୟ ଦେଢ଼ ମାସ ହେଲା ଲୋକେ କରୋନା ଭୁତାଣୁ ର ସଂକ୍ରମଣ ଚେନ କୁ ଭାଙ୍ଗିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ କଥା କୁ ସମର୍ଥନ କରି ଘରେ ରହୁଛନ୍ତି। ହେଲେ ଏହି ଘଡି ସନ୍ଧି ମୁହୂର୍ତ୍ୱରେ ମଧ୍ୟ ନିଜର ଦାୟିତ୍ବ ନ ଭୁଲି ଦେଶବସି ତଥା ଦେଶ ର ସ୍ୱାସ୍ଥ୍ୟ ସେବା ପାଇଁ ପ୍ରତିବଦ୍ଧଶୀଳ ଥିବା ଚିକିତ୍ସାଳୟ କର୍ମୀ ତଥା ସ୍ୱାସ୍ଥ୍ୟ କର୍ମଚାରୀ ମାନେ ପ୍ରତି ଦିନ ଘରୁ ପଦାକୁ ବାହାରି ନିଜ ଜୀବନକୁ ବାଜି ଲଗାଇ ସହର ତଥା ଗାଁର ସମସ୍ତ ଅଂଚଳକୁ ସ୍ୱାସ୍ଥ୍ୟ ସେବା ପହଞ୍ଚାଉଛନ୍ତି ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ସ୍ୱାସ୍ଥ୍ୟ କର୍ମଚାରୀ ମନଙ୍କୁ ସାଧୁବାଦ ଜଣାଇବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି ଏବଂ କରୋନା ଯୋଦ୍ଧା ଭାବରେ ସମ୍ବୋଧିତ କରି ସମ୍ମାନିତ କରିଛନ୍ତି। ଏହି ପରିପେକ୍ଷିରେ ଆଜି ପଦ୍ମପୁର ଭାରତୀୟ ଜନତା ପାର୍ଟି ତରଫରୁ ପଦ୍ମପୁର ସାରଲକୁମାରି ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ ତଥା ଡା. ଗୀତାପୀୟୂଷ ସିନ୍ଧୁ ମିଶ୍ରଙ୍କ ଉପସ୍ଥିତି ରେ ସମ୍ମାନିତ କରାଯାଇଛ। ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ତଥା ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ପାଦ ଧୋଇ ଉପଢୋକାନ ଦେବା ସହ କିଛି ସୁଖା ଖାଦ୍ୟ ତଥା ଚାଉଳ ଡ଼ାଲି ସାବୁନ ଆଦି ଦେଇ ସମ୍ମାନିତ କରିଥିଲେ। ଏହି ସମୟରେ ପଦ୍ମପୁର ନଗର ବିଜେପି ସଭାପତି ସୁନୀଲ ଅଗ୍ରୱାଲ, ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରିତେଶ କୁମାର ବହିଦାର, ବିଜେପି ନେତା ଅଶୋକ ମିଶ୍ର, ଡା. ନାରାୟଣ ପୁରୋହିତ, ସରୋଜ ମିଶ୍ର, ଆଦିତ୍ୟ ରଥ, ଅରବିନ୍ଦ ପଟ୍ଟନାୟକ, ପ୍ରତାପ ନାଥ, ନରୋତ୍ତମ ପଧାନ, ନାରୀ ନେତ୍ରୀ ଜ୍ୟୋତ୍ସ୍ନା ରାଣୀ କର, ନଗର ଯୁବମୋର୍ଚା ସଭାପତି ପ୍ରମୋଦ ମେହେର, ଯୁବନେତା ନରେଶ ସୁନ୍ଦର ସାହୁ, ଇଂଜିନିୟର କୁନାଲ ପାଣିଗ୍ରାହୀ, ସେବକ ମେହେର, ହିତେଶ ଅଗ୍ରୱାଲ, ନବ କିଶୋର କଣ୍ଟା, ସୁରେଶ ସାହୁ, ନବକିଶୋର ମେହେର, ଦିନେଶ ବାରିକ, ସୁରଜ ସୁନା, ରାଜୀବ ବଗର୍ତ୍ତି, କାହ୍ନା ବାରିକ ପ୍ରମୁଖ ଉପସ୍ଥିତ ରହି କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.