ବିଜେପି ପକ୍ଷରୁ ବ୍ରହ୍ମପୁରରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ ।

0 159

ବ୍ରହ୍ମପୁର,(ପିପିଟି)୧୨/୦୫,ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରୀ ସହାୟତାରୁ ବଞ୍ଚିତ ପରିବାର ଏବଂ ଅସହାୟ ଓ ଦିନହୀନ ବ୍ୟକ୍ତିଙ୍କୁ ଶୁଖିଲା ରାସନ ସାମଗ୍ରୀ ସହ ମାସ୍କ ବଣ୍ଟନ କରାଯାଉଛି । ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ବହୁ ପରିବାର ଆର୍ଥିକ ଅନଟନ ଦେଇ ଗତି କରୁଥିବା ବେଳେ ଭାରତୀୟ ଜନତା ପାର୍ଟି ତରଫରୁ ପ୍ରତିଦିନ ସହାୟତା ପ୍ରଦାନର କାର୍ଯ୍ୟକ୍ରମ ଚାଲୁ ରହିଛି । ବ୍ରହ୍ମପୁର ମହାନଗରରେ ବିଭିନ୍ନ ସ୍ଥାନରେ ମଧ୍ୟ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ପୁରୁଣା ବ୍ରହ୍ମପୁର ମଣ୍ଡଳ ପକ୍ଷରୁ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚ଼ରଣ ପତିଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ରାମାଧିନ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ଛକରେ ୧୦୦ ରୁ ଉର୍ଦ୍ଧ୍ବ ଅସହାୟ ପରିବାରଙ୍କୁ ଚାଉଳ, ଡ଼ାଲି, ଅଟା, ଚୁଡ଼ା, ଚିନି, ଲୁଣ, ସାବୁନ ଭଳି ବିଭିନ୍ନ ଅତ୍ୟାବଶ୍ୟକୀୟ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି ବିନାୟକ ରଥ ଏବଂ ଜିଲ୍ଲା ଉପ-ସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ ପରିଚାଳନା କରିଥିବା ବେଳେ ପୂର୍ବତନ ମଣ୍ଡଳ ସଭାପତି ବିଘ୍ନରାଜ ନାୟକ, ଜିଲ୍ଲା ଉପ-ସଭାପତି ସୁନିଲ କୁମାର ସାହୁ, ନୀଳାଚଂଳ ପଣ୍ଡା, ପ୍ରଭାତ ହାତୀ, ସୁମନ ମହାରଣା, କମଲ ପାତ୍ର, ରବିନ କୁମାର ସାହୁ, ଚନ୍ଦ୍ରଶେଖର ପାଢ଼ୀ, ନରସିଂହ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.