ବିଜେପି ଦଳ ପକ୍ଷରୁ ୭୦ପରିବାରଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ସହ ଦୁଇ ଶହରୁ ଅଧିକ ମାସ୍କ ବଣ୍ଟନ ।

0 81

କୋରାପୁଟ ,(ପିପିଟି ନ୍ଯୁଜ୍)୧୯/୦୫,କରୋନାଭୂତାଣୁକୁ ମୁକାବିଲା କରିବା ନିମନ୍ତେ  ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାଥିବା ଦ୍ଵାରା ସ୍ଥାନେ ସ୍ଥାନେ ସଜାଗ ହୋଇ ଥିବା ବେଳେ  ତଦ୍ରୁପ କୋରାପୁଟ ଜିଲ୍ଲାରେ ମଧ୍ୟ ସରକାରୀ, ବେସରକାରୀ ସଂସ୍ଥା ଏବଂ ରାଜ୍ୟ ନୈତିକ ଦଳ ପକ୍ଷରୁ ମଧ୍ୟ ଏହି ଲକ୍ ଡାଉନ୍ ସମୟରେ ଲୋକମାନଙ୍କର କିଛି ରୋଜଗାରନଥିଲେ ମଧ୍ୟ ଏହି ମହାମାରିରେ  କେହିହେଲେ ଜଣେ ମଧ୍ୟ ଭୋକଉପବାସ ନରହନ୍ତୁ ବୋଲି ସୁଚିନ୍ତା କରି ସମସ୍ତଙ୍କ ମନରେ କହଲ ହେଉଥିବା ବେଳେ ଆଜି ଜଣେପରେଜଣେ ନିରୀହ ଅସହାୟଗରିବ ପରିବାରଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ହାତବଢାଇବା ଦେଖିବାକୁ ମିଳିଛି। ତଦ୍ରୁପ ଆଜି କୋରାପୁଟ ଜିଲ୍ଲା ଦଶମନ୍ତପୁରବ୍ଳକର ଜୋନ-ଏକ୍ ମଧ୍ୟରେ ରହିଥିବା ୮ଗୋଟିପଞ୍ଚାୟତଯଥା ଗିର୍ଲିଗୁମ୍ମା,ଚିକାମ୍ବ,ଡୁମ୍ବାଗୁଡା,ମୁର୍କାର, ଦଶମନ୍ତପୁର, ପିଣ୍ଡାପଦର, ଚନାବାଡ ଏବଂ ପି ବେଡାପଦର ର ଲୋକମାନଙ୍କୁ ଏଥିରେ ସାମିଲ କରାଯାଇ  ବିଧବା,ଅନାଥ ଏବଂ ନୀରିହ ଅସ୍ବହାୟ ଗରିବ ପରିବାରଙ୍କୁ ଚୟନ କରି ଡାକି ଦଶମନ୍ତପୁର ହାଟପଡା ବାପି ଜେରେକ୍ସ ଦୋକାନ ସମୁଖରେ ଆଜି ବିଜେପି ଦଳ ପକ୍ଷରୁ ୭୦ ପରିବାରଙ୍କୁ  ଶୁଖିଲା ଖାଦ୍ୟ ସାମଗ୍ରୀ ଯଥା ଚାଉଳ ୫କେଜି, ଚିନିଏକ କେଜି, କାନ୍ଦୁଲଡାଲି ୧କେଜି, ଚୂଡା ୧କେଜି  ଏବଂ ଗୋଟିଏ ଲାଇବୟ ସାବୁନ  ତାହା ସହ  ମାସ୍କ ମଧ୍ୟ ବଣ୍ଟନ କରିଥିବାର ଦେଖିବାକୁ ମିଳିଥିଲା। ଏହା ଆୟୋଜନ କରିଥିଲେ ବ୍ଳକ ମଣ୍ଡଳ ସଭାପତି ବିଜେପିର ଯୁବନେତା ଚକ୍ର ଜାନୀ ତାହା ସହ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଭାବେ ଯୋଗଦେଇଥିଲେ ଜିଲ୍ଲା ସଂପାଦକ ତ୍ରିନାଥ ପଣ୍ଡା ଓ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପ୍ରଭାରୀ ରବିଚନ୍ଦ୍ର ପାଢୀ ଏବଂ ଏହାକୁ ସହଯୋଗ କରିଥିଲେ ନରେନ୍ଦ୍ରସୋମର୍ଲିଆ ,ଦିଲ୍ଲୀପ ବାଘ,ରାମନାଥ ଖାଡାଙ୍ଗା ଏବଂ ବାପି ସାହୁ। ଆଗାମୀ ଦିନରେ ଏହିଭଳି କାର୍ଯ୍ୟ ମଧ୍ୟ ଜାରି ରହିବ ବୋଲି ଦଳୀୟ ଜିଲ୍ଲା ସଂପାଦକ ତ୍ରିନାଥ ପଣ୍ଡା କହିଛନ୍ତି।
ରିପୋର୍ଟ – ତପନ ହିଆଲ ।

Leave A Reply

Your email address will not be published.