ବିଜେପି ଜିଲ୍ଲା ସଭାପତିଙ୍କୁ ହତ୍ୟା ଉଦ୍ୟମ ଷଡଯନ୍ତ୍ର ଘଟଣାର ତ୍ବରିତ ତଦନ୍ତ ପାଇଁ ଡିଆଇଜିଙ୍କୁ ଦାବି ପତ୍ର ପ୍ରଦାନ ।

0 700

ବ୍ରହ୍ମପୁର,୨୨/୦୭(ପିପିଟି); ବିଜେପି ଗଞ୍ଜାମ ଜିଲ୍ଲା ସଭାପତିଙ୍କ ଆକ୍ରମଣ ପାଇଁ ହୋଇଥିବା ଷଡଯନ୍ତ୍ର ଘଟଣାର ତଦନ୍ତ ଓ ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ପକ୍ଷରୁ ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଜୁଲାଇ ୧୮ ତାରିଖ ଭୋର ୩ଟା ସମୟରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ଗୋଳନ୍ଥରା ଥାନା ସ୍ଥିତ ବାସ ଭବନରେ ଥିବା ସମୟରେ ବିଭିନ୍ନ ମାରଣାସ୍ତ୍ର ଧରି କିଛି ଦୁର୍ବୃତ୍ତ ମାନେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଘର ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ସ୍ଥାନୀୟ କିଛି  ଲୋକ ଭୋର ସମୟରେ ଉଠାଇଥିବା ସମୟରେ ମାରଣାସ୍ତ୍ର ଧରି ଜିଲ୍ଲା ସଭାପତିଙ୍କ ଘର ପଖରେ ଦେଖି ପାଟି କରିବାରୁ ଦୁର୍ବୃତ୍ତ ମାନେ ଖଣ୍ଡା ଛାଡି ପଳାଇ ଯାଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରୁ ଖଣ୍ଡା ଜବତ କରିବା ସହ କିଛି ଦୂରରୁ ଏକ ବାଇକ ଜବତ କରିଥିଲା । ଏହି ଘଟଣା ସଂପର୍କରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଯାହାର ଥାନା କେସ୍ ନମ୍ବର ୧୯୧/୧୮-୦୭-୨୦୨୦ ।ଇତିମଧ୍ୟରେ ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ ଦୋଷୀ ମାନେ ପୁଲିସ ହାତରେ ଧରାପଡିନାହାଁନ୍ତି ।ଜିଲ୍ଲା ସଭାପତିଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା ଉଦ୍ୟମ ପଛରେ ଏକ ପ୍ରକାର ବଡ ଷଡଯନ୍ତ୍ର ଗନ୍ଧ ବାରିହୋଇପଡୁଛି,ଯାହାକୁ ସାଧାରଣ କର୍ମକର୍ତ୍ତା ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏହି ଘଟଣାରେ ପୁଲିସ ତ୍ବରିତ ପଦକ୍ଷେପ ନେବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି । ଏହି ଘଟଣାକୁ ନେଇ ଆଜି ବିଜେପି ପକ୍ଷରୁ  ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି,ଏନ.ରାଜେନ୍ଦ୍ର କୁମାର,ପ୍ରଭାତ ଷଢଙ୍ଗୀ,ସୁନୀଲ କୁମାର ସାହୁ,ପ୍ରଶାନ୍ତ କୁମାର କର,ପ୍ରବିର ପାତ୍ର ପ୍ରମୁଖ ନେତୃତ୍ବରେ ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରାଯାଇଛି । ତଦନ୍ତ ପ୍ରକ୍ରିୟା ଶୀତଳ ହେଲେ ବିଜେପି ରାଜ ରାସ୍ତାକୁ ଓହ୍ଲାଇବ ବୋଲି କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.