ବେଲଗୁଣ୍ଠା,୦୯/୦୯(ପିପିଟି):ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବିଜେପି ଗାଙ୍ଗପୁର ମଣ୍ଡଳ ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ସୁରେନ୍ଦ୍ର କୁମାର ଡାକୁଆଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭାରୀ ଭାବେ ଆସ୍କାର ବରିଷ୍ଠ ଆଇନଜୀବୀ ଦୁର୍ଗା ଚରଣ ପଟ୍ଟନାୟକ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ ଏବଂ ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ କୁମାର ରାଉତ ଏବଂ ଅନ୍ୟମାନେ ଯୋଗ ଦେଇ ମଣ୍ଡଳର ୬ ଗୋଟି ପଞ୍ଚାୟତରୁ ଆସିଥିବା କର୍ମୀ ମାନଙ୍କୁ ପଂଚାୟତ ନିର୍ବାଚନ ପାଇଁ ସଂଗଠନ ସୁଚାରୁ ରୁପେ ତୁଲେଇବା ପାଇଁ ଗୁରୁ ମନ୍ତ୍ର ଦେଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ସଙ୍ଗଠନକୁ ସଜାଡ଼ିବାକୁ ପରାମର୍ଶ ଦେଇଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )