ବିକ୍ରି ହେଲାନି ମୂର୍ତ୍ତି : କ୍ଷତିରେ କାରିଗର ।

0 326

ଉଲୁଣ୍ଡା,୨୨/୦୮(ପିପିଟି); କରୋନା କଟକଣା ଯୋଗୁଁ ଏ ବର୍ଷ ଗଣେଶ ପୂଜା ଗୋଟେ ପ୍ରକାର ବନ୍ଦ ହୋଇଛି । କେବଳ କେହି ଚାହିଁଲେ ଘର କିମ୍ବା ଘର ପରିସରରେ ପୂଜା କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ତେଣୁ ଏବର୍ଷ ମୂର୍ତ୍ତି ବ୍ୟବସାୟରେ ବେଶ କ୍ଷତି ହୋଇଛି ବୋଲି ସଂଖ୍ୟାଧିକ ମୂର୍ତ୍ତି ତିଆରି କରିଥିବା କାରିଗର କହିଛନ୍ତି । କରୋନା ପ୍ରଭାବ ଯୋଗୁ ଏବେ ସ୍କୁଲ କଲେଜ ବନ୍ଦ ଥିବାବେଳେ ସାର୍ବଜନୀନ ସ୍ଥାନରେ ପୂଜା ନ କରିବା ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବାରୁ ମୂର୍ତ୍ତି ବିକ୍ରିରେ ମାନ୍ଦା ହୋଇଛି ।ସେଥିପାଇଁ ମାଟି ମୂର୍ତ୍ତି ତିଆରି କରି ପରିବାର ପ୍ରତିପୋଷଣ କରୁଥିବା କାରିଗର ମନେ ଏବେ ଦୁର୍ଦିନରେ ଅଛନ୍ତି । ଅଗ୍ରପୂଜ୍ୟ ଗଣେଶଙ୍କ ମୂର୍ତ୍ତିରୁ ମୂର୍ତ୍ତି ବିକ୍ରି ଆରମ୍ଭକରି ଖୁଦୁରୁକୁଣୀ,ବିଶ୍ୱକର୍ମା ପୂଜା,ଦୁର୍ଗାପୂଜା,କାଳୀପୂଜା ପର୍ଯ୍ୟନ୍ତ ମୂର୍ତ୍ତି ବିକ୍ରି ଭଲ ଦି ପଇସା ରୋଜଗାର କରନ୍ତି । ଏ ବର୍ଷ ଲାକଡାଉନ ଓ ସଟ୍ ଡାଉନ୍ ଯୋଗୁଁ ମୂର୍ତ୍ତି କାରିଗର ମାନଙ୍କର ଦୁର୍ଦ୍ଦଶା ଦ୍ବିଗୁଣିତ ହୋଇଯାଇଛି । ଏପଟେ ମୂର୍ତ୍ତି ଗୁଡିକ ବିକ୍ରି ନ ହୋଇ ପଡିରହିଥିବାରୁ ଚିନ୍ତାରେ ଗରିଗର । ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.