ବାଲ୍ୟବିବାହ ରୋକିଲା ସିଏମପିଓ ।

0 1,010

କୋଦଳା,୨୯/୦୬(ପିପିଟି) ;ଏପଟେ କରୋନା ମହାମାରୀର ଭୟାବହତାକୁ ଆଖିଆଗରେ ରଖି ଜିଲ୍ଳା ପ୍ରଶାସନ ଲକଡାଉନ , ସଟଡାଉନ କରି ଲୋକଙ୍କୁ ସଚେତନତା କରି ବିବାହ , ବ୍ରତ ଏବଂ ସାମାଜିକ କାର୍ଯକ୍ରମକୁ ସମ୍ପୂର୍ଣ ବନ୍ଦ କରୁଥିବା ବେଳେ ଅନ୍ୟପଟେ ପ୍ରଶାସନକୁ ଖାତିର ନ କରି ନାବାଳିକା କନ୍ୟାର ବିବାହ ଭଳି ଘୃଣ୍ଯକାର୍ଯ୍ୟ ଆୟୋଜନ କରୁଥିବା ଏବଂ ସିଏମପିଓ ହାତରେ ଧରାପଡ଼ି କାର୍ଯକ୍ରମ ବନ୍ଦହୋଇଥିବା ଚର୍ଚ୍ଚା ଦେଖିବାକୁ ମିଳିଛି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତ ତିରିଡା ଗ୍ରାମରେ । ପ୍ରାପ୍ତ ସୂଚନା ଅନୁଯାଇ ରବିବାର ସନ୍ଧ୍ୟାରେ ବେଗୁନିଆପଡା ଡାକ ସ୍ବାଇଁଙ୍କ ନାବାଳିକା କନ୍ୟା ପୂଜା ସ୍ବାଇଁର ବିବାହପ୍ରସ୍ତୁତି ପର୍ବ ଆୟୋଜନ ହେଉଥିବାର କୌଣସି ସୂତ୍ରରୁ ଖବରଜାଣି ବ୍ରହ୍ମପୁର ଚାଇଲ୍ଡଲାଇନ ବେଗୁନିଆପଡା ବାଲ୍ୟ ବିବାହ ନିଷେଧ ଅଧିକାରୀ (ସିଏମପିଓ)ତଥା ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ୟାଳୟକୁ ଏହାକୁ ଅଟକାଇବା ନେଇ ଦେଇଥିଲେ କିନ୍ତୁ ସେତେବେଳେକୁ ନାବାଳିକା କନ୍ୟା ବିବାହ ନିମନ୍ତେ ପ୍ରାୟୋଜିତ ଶ୍ୱଶୁର ଘର ତିରିଡା ଗ୍ରାମର ସନ୍ୟାସୀ ପୋଲାଇଙ୍କ ପୁତ୍ର ମନୁ ପୋଲାଇଙ୍କ ଘରେ ପହଞ୍ଚି ସାରିଥିଲା । କିଛି ସମୟ ମଧ୍ୟ ରେ ବିବାହ କାର୍ଯ୍ୟ ସମାପନ ହୋଇଥାନ୍ତା କିନ୍ତୁ ବାଲ୍ୟ ବିବାହ ନିଷେଧ ଅଧିକାରୀ ତଥା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ନିଜର ସହଭାଗୀ ସେଣ୍ଟେର ସୁପର ଭାଇଜର ,ପୋଲିସ ଫାଣ୍ଡି କର୍ମକର୍ତ୍ତା , ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କୁ ଧରି କାହ୍ନୁ ପୋଲାଇ ଘରେ ପହଞ୍ଚି ଏହା ଧର୍ତବ୍ୟ ଅପରାଧ ବୋଲି କହିଥିଲେ ।ଏହାକୁ ହୃଦୟଙ୍ଗମ କରି ମନୁ ଭଦ୍ର ବ୍ୟକ୍ତି ଏବଂ କନ୍ୟାପିତାଙ୍କ ସମ୍ମୁଖରେ ପୂଜା ସାବାଳିକା ହେବା ପର୍ଯନ୍ତ ନିଜ ବାପଘରେ ରହିବେ ସାବାଳିକା ହେବାପରେ କୋର୍ଟରେ ବିବାହ କରିବେ ବୋଲି ସମ୍ମତି ପ୍ରକାଶକରି ସର୍ବସମ୍ମୁଖରେ ଏକ ଲିଖିତ ଚୁକ୍ତିନାମା ପ୍ରଦାନ କରିଥିଲେ ।ଏହା ପରେ ନାବାଳିକା କନ୍ୟାକୁ ତାଙ୍କ ପିତାଙ୍କୁ ହସ୍ତାନ୍ତର କରି ସେଠାରୁ ଫେରିଥିବା ନେଇ ସିଡିପିଓ ପ୍ରକାଶ କରିଛନ୍ତି ।ସିଡିପିଓଙ୍କ ଏହି କାର୍ଯ୍ୟକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି । ପ୍ରକାଶଯୋଗ୍ୟ ଯେ ଗତ ଫେବ୍ରୁଆରୀ ମାସରେ ମଧ୍ୟ ଦୁଇ ଦୁଇଟି ନାବାଳିକା କନ୍ୟାଙ୍କ ବାଲ୍ୟ ବିବାହକୁ ଅଟକାଇଥିଲେ ।

Leave A Reply

Your email address will not be published.