ବାଲି ଉଠାଣକୁ ବିରୋଧ : ଗିରଫକୁ ନେଇ ହିଞ୍ଜିଳି ଥାନା ଘେରାଉ, ପୁଲିସର ହାଲକା ଲାଠି ଚାଳନା ।

0 2,322

ହିଞ୍ଜିଳିକାଟୁ,୨୩/୦୮(ପିପିଟି);ଗତ ଶୁକ୍ରବାର ମଧ୍ୟରାତ୍ରରେ ଅନ୍ତରଗାଁ ଗ୍ରାମପଞ୍ଚାୟତର କୋଳିଦାସପୁର ଗ୍ରାମରେ ବ୍ରହ୍ମପୁର, ଶିକିରି,ଖରିଡା, ପୁରୁଷୋତ୍ତମପୁର ଆଦି ଅଞ୍ଚଳର ବାଲି ମାଫିଆ ଜୋର ଜବରଦସ୍ତ ସେହି ଗ୍ରାମର ଋଷୁକୁଲ୍ୟ ନଦୀ ପଠାରୁ ରାତାରାତି ବେଆଇନ ବାଲି ଚୋରା ଚାଲାଣ କରୁଥିବା ବାରମ୍ବାର ଅଭିଯୋଗ ପ୍ରଶାସନକୁ ଗ୍ରାମବାସୀଙ୍କ ତରଫରୁ କରୁଥିଲେ ମଧ୍ୟ ପ୍ରଶାସନର ନିରବଦ୍ରଷ୍ଟା ସାଜିଥିଲା । ଗତ କାଲିର ଏହି ଘଟଣା ପାଇଁ ଦାୟୀ ବୋଲି ଗ୍ରାମବାସୀ ସିଧା ସଳଖ କହିଛନ୍ତି । ପ୍ରକାଶ ଥାଉକି ଏହି ଅଞ୍ଚଳର ଜୀବିକା ସାଧାରଣତ ଚାଷ ଉପରେ ନିର୍ଭର ଶୀଳ । ବାଲି ଉଠାଣ ପାଇଁ ବ୍ୟବହୃତ ଜେସିବି, ହିଟଚି ,ଡ଼ମ୍ପର,ଟ୍ରକ, ଟ୍ରାକ୍ଟର ପ୍ରତେକ ଯିବାଆସିବା ଓ ନଦୀକୂଳରେ କାର୍ଯ୍ୟକ୍ଷମ ହେତୁ ନଦୀ କୂଳ ପଠା ମାଟି ଧସିବା ବାଲିର କୃତ୍ରିମ ଅବକ୍ଷୟ ଯୋଗୁଁ ବନ୍ୟାଜଳ ମାଡି ନିକଟସ୍ଥ ଚାଷ ଜମିରେ ଚାଷ ହୋଇଥିବା ପନିପରିବା ଫସଲ ହାନି ଘଟୁଛି । ବାରମ୍ବାର ତହସିଲ ପ୍ରଶାସନରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗ୍ରାମ ତରଫରୁ ଅଭିଯୋଗ ହୋଇଛି । ମାତ୍ର କେଉଁ କାରଣରୁ ପ୍ରଶାସନ ନିରବ ସାଜିଛି ସାଧାରଣରେ ପ୍ରଶ୍ନ ହେଉଛି । ଏହି କାରଣରୁ ପ୍ରତିବାଦରେ ବାଲି ଘାଟ ନିକଟରେ ଶୁକ୍ରବାର ରାତିରେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ଆକ୍ରମଣ କାରୀଙ୍କୁ ପ୍ରତିରୋଧ କରି ବାଲି ଗାଡି ଗୁଡିକରେ ନିଆଁ ଲଗାଇଦେଇଛନ୍ତ ।ଦୁଇଟି ଟ୍ରକ,ଗୋଟିଏ ଟ୍ରାକ୍ଟର,ଗୋଟିଏ ସ୍କୁଟି,ଗୋଟିଏ ୟାମାହା ବାଇକ୍ ପୋଡି ଦିଆଯାଇଥିବା ବେଳେ ଗୋଟିଏ ଜେସିବିକୁ ଭାଙ୍ଗି ଦିଆଯାଇଛି । ହିଞ୍ଜିଳି ପୁଲିସ କେସ ନମ୍ବର ୨୮୯/୨୦୨୦ ଏକ ମକଦ୍ଦମା ରୁଜୁ କରି ପୋଲିସ ରବିବାର ସକାଳେ କିଛି ବ୍ୟକ୍ତିଙ୍କୁ ଗିରଫ କରିବା ପ୍ରତିବାଦରେ ଶତାଧିକ ଗ୍ରାମବାସୀ ହିଞ୍ଜିଳି ଥାନାକୁ ଘେରାଉ କରିଥିଲେ । ପୁଲିସ ପ୍ରଶାସନ ଗ୍ରାମବାସୀ ମଧ୍ୟରେ ଆଲୋଚନା ପାଇଁ କଥାବାର୍ତ୍ତା ବେଳେ ଗିରଫ ବ୍ୟକ୍ତିମାନଙ୍କୁ ତୁରନ୍ତ ଛାଡିବା ପାଇଁ ପ୍ରତିବାଦ ହେବାରୁ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା ।ଘଟଣାକୁ ପ୍ରଶମିତ କରିବା ପାଇଁ ପୁଲିସ ପକ୍ଷରୁ ୧୧.୩୦ରେ ଲାଠି ଚାଳନା ହୋଇଛି । ଯାହା ଆଗମୀ ଦିନରେ ଉତ୍ତେଜନା ସୃଷ୍ଟି କରିପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ।ଏହି ଘଟଣାକୁ ଭିତ୍ତିକରି ହିଞ୍ଜିଳିରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସହ ଘଟଣାକୁ ଆସ୍କା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ସହ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ,ଶେରଗଡ଼ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ,ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ ,ହିଞ୍ଜିଳି ଥାନ ଅଧିକାରୀ ଅଭିମନ୍ୟୁ ଦାସ ସମେତ ବହୁ ପୁଲିସ ଫୋର୍ସକୁ ମୁତୟନ କରି ଅଣଆୟତ ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ଦିନରେ ଏଭଳି ସ୍ଥିତିରେ ପ୍ରଶାସନିକ ଅଧିକାରୀ ମାନେ ଯଦି ଲୋକାଭିମୁଖୀ ନ ହୁଅନ୍ତି ତାହାଲେ ଆଗାମୀ ଦିନରେ ଏଭଳି ଅପ୍ରତିକର ପରିସ୍ଥିତିକୁ ଏଡାଇ ଦିଆ ଯାଇନପାରେ । ବାଲି ମାଫିଆଙ୍କ ଅର୍ଥ ପ୍ରଭାବରେ ସବୁ କିଛି ନିୟନ୍ତ୍ରିତ ହେଉଥିବା ନେଇ ରାସ୍ତା ଘାଟ ଚର୍ଚ୍ଚା ଶୁଣିବାକୁ ମିଳୁଛି । ରିପୋର୍ଟ – ଅଜିତ୍ କୁମାର ପଟ୍ଟନାୟକ ।

Leave A Reply

Your email address will not be published.