ବାଣ ବିସ୍ଫୋରଣରେ ଥରିଲା ଗାଁ ।

0 358

ଖୋର୍ଦ୍ଧା,୧୬/୦୮(ପିପିଟି);ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା  କଣ୍ଟାବାଡ ଗ୍ରାମରେ କାଶିନାଥ ମହାପାତ୍ରଙ୍କ ଘରେ ବାଣ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘର ଛାତ ଭାଙ୍ଗିବାସହ ସହ ପାଖରେ ଥିବା ଏକ ଘର ମଧ୍ୟ ଭାଙ୍ଗି ଯାଇଛି। ବିସ୍ଫୋରଣ ରେ ଆଖପାଖ ୪ କିଲୋମିଟର ଅଞ୍ଚଳରେ ଏହି ବାଣ ବିସ୍ଫୋରଣର ଶଦ୍ଦ ଅନୁଭୂତ ହୋଇଥିଲା । କାଶୀନାଥଙ୍କ ପୁଅ ପ୍ରସନ୍ନ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ବାଣ ତିଆରି ଚଳାଇଥିଲା ଆଗକୁ ପୂଜା ଆସୁଥିବାରୁ ବାଣ ଗୁଡିକ ଏକଘରେ ଗଛିତ ରଖିଥିଲା କୌଣସି କାରଣରୁ ଏହି ବିସ୍ପୋରଣ ହୋଇଥିଲା । ବିସ୍ଫୋରଣରେ କାହାର କିଛି କ୍ଷତିଗ୍ରସ୍ତ ହୋଇନଥିବା ର ସୂଚନା ମିଳିଛି। କଣ୍ଟାବାଡ ଗ୍ରାମ ରେ ପ୍ରସନ୍ନ ଦୀର୍ଘଦିନ ହେବ ବେଆଇନ ଭାବେ ବାଣ ତିଆରି କରିବା ସହ ଦୋକାନ ଚଳାଇଥିଲେ। ଶନିବାର ରାତି ୯:୩୦ ରେ ଦୁର୍ଭାଗ୍ୟବଶତଃ ଏଥିରରେ ନିଆଁ ଲାଗି ବାଣ ବିସ୍ଫୋରଣ ଘଟିଥିଲା। ଘରର ଛାତ ଉପରକୁ ଉଠିଯାଇଥିବା ବେଳେ ପାଖରେ ଥିବା ଏକ ଘର ମଧ୍ୟ ଭାଙ୍ଗି ଯାଇଥିଲା । ଘଟଣାସ୍ଥଳରେ ବେଗୁନିଆ ଦମକଳ ବିଭାଗ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସଂପୃକ୍ତ ପରିବାର ଫେରାର ଅଛନ୍ତି । ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।  

Leave A Reply

Your email address will not be published.