ବାଙ୍କୋଇ ଫାଣ୍ଡିକୁ ସଫଳତା, ଗୋରୁ ବୋଝେଇ ପିକଅପ ଜବତ।

0 261

ବୋଲଗଡ଼,୩୦/୦୧(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅଧିନସ୍ଥ ବାଙ୍କୋଇ ଛକ ଠାରେ ଗୋରୁ ବୋଝେଇ ପିକଅପ ଦଶପଲ୍ଲା ଠାରୁ ଜାମ୍ମୁସାହି ଯିବାରାସ୍ତାରେ ବାଙ୍କୋଇ ଫାଣ୍ଡି ଅଧିକାରୀ (ବିନାୟକ ମନ୍ତ୍ରୀ) ତାଙ୍କ ସହଯୋଗୀ କର୍ମୀମାନେ କୈାଣସି ସୂତ୍ରରୁ ସୂଚନା ପାଇ ବୋଲଗଡ଼ ଥାନା ଅଧିକାରୀ(ବିଦିତା ନାୟକ)ଙ୍କ ନିର୍ଦ୍ଦେଶ କ୍ରମେ ଏହି ପିକଅପ କୁ ଜବତ କରି ସିଜ କରିଥିଲେ l ଏହି ପିକଅପ ଗାଡି ନଂ OD 33 M 0401ରୁ ୧୨ଟି ଗାଈକୁ ଉଦ୍ଧାର କରିଛି ବାଙ୍କୋଇ ଫାଣ୍ଡି ।ବୋଲଗଡ ଥାନା ଏବଂ ବାଙ୍କୋଇ ଫାଣ୍ଡି ମିଳିତ ଆନୁକୂଲ୍ୟରେ ଗାଈକୁ ଉଦ୍ଧାର କରି ଖଣ୍ଡପଡା ଗୋଶାଳାରେ ନେଇ ସୁରକ୍ଷିତ ଭାବେ ହସ୍ତାନ୍ତର କରିଥିଲେ ଏବଂ ଡ୍ରାଇଭର ଅଭିଯୁକ୍ତ ଙ୍କୁ ନେଇ ବୋଲଗଡ ଥାନାରେ ଅଟକ ରଖାଯାଇଛି ,ବୋଲଗଡ,ବାଙ୍କୋଇ ପୋଲିସ୍ ପ୍ରଶାସନ ଏହି ପରି ଅନେକ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅଦ୍ୟାବଧି ପ୍ରୟାସ ଜାରି ରଖିଛି ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.