ବାଉଁଶଲୁଣ୍ଡି କ୍ଳଷ୍ଟର ତରଫରୁ କୋଭିଡରେ ମୃତ ଶିକ୍ଷକ କୁଶଧ୍ବଜ ଙ୍କ ପରିବାରକୁ ସହାୟତା ।

0 220

ଭଞ୍ଜନଗର,୨୨/୦୮(ପିପିଟି); କୋଭିଡ-୧୯ ରେ ମୃତ ଶିକ୍ଷକ କୁଶଧ୍ବଜ ସେଠୀଙ୍କ ଏକାଦଶାହ ଅବସରରେ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟିଛନ୍ତି ପଡୋଶୀ ବାଉଁଶଲୁଣ୍ଡି କ୍ଳଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀଗଣଙ୍କ ପ୍ରତିନିଧି ତଥା ବରିଷ୍ଠ ଶିକ୍ଷକଗଣ ନେତାଜୀ ବିଷୋୟୀ, ଅରୁଣ କୁମାର ବ୍ରହ୍ମା , ସୁରେଶ ଚନ୍ଦ୍ର ପତି ଙ୍କ ସମେତ ବାଉଁଶଲୁଣ୍ଡି କ୍ଳଷ୍ଟର ସି.ଆର୍.ସି.ସି ସନ୍ତୋଷ କୁମାର ସାହୁ ଏବଂ ଡୁମାକୁମ୍ପା କ୍ଳଷ୍ଟର ସି.ଆର୍.ସି.ସି ତ୍ରିନାଥ ବେହେରା । ଆର୍ଥିକ ସହଯୋଗ ରୂପେ ସଂଗୃହିତ ଟ.୨୮,୧୦୦.୦୦ ( ଅଠେଇଶି ହଜାର ଏକଶହ) ପ୍ରଦାନ କରିବା ସହ ପରିବାର ବର୍ଗଙ୍କୁ ସମେବେଦନା ଜଣାଇ ସ୍ବର୍ଗତ କୁଶ ସାର୍ ଙ୍କ ଫୋଟରେ ପୁଷ୍ପ ଅର୍ପଣ ପୂର୍ବକ ଅମର ଆତ୍ମାର ମୁକ୍ତି ପାଇଁ ନୀରବ ପ୍ରାର୍ଥନା କରିଛନ୍ତି । ଏହି ଅବସରରେ ତାଙ୍କ ପରିବାରକୁ ଅଧିକରୁ ଅଧିକ ସହାୟତା ପ୍ରଦାନ କରିବା ସକାଶେ ମୃତ ଶିକ୍ଷକଙ୍କ ପତ୍ନୀଙ୍କ ଆନ୍ଧ୍ର ବ୍ୟାଙ୍କ ଏକାଉଣ୍ଟ ନମ୍ବର-006510100120000 ,ଆଇ.ଏଫ୍.ଏସ୍.ସି କୋଡ- ANDB0000065,(ପତ୍ନୀଙ୍କ ନାମ-ବିଉଟି ଲତା ସେଠୀ) ଭଞ୍ଜନଗର ଶାଖାକୁ ସମସ୍ତେ ନିଜ ସାମର୍ଥ୍ୟ ଅନୁସାରେ ସହଯୋଗ ପ୍ରଦାନ କରିବା ପାଇଁ ସମଗ୍ର ଶିକ୍ଷକ ସମାଜ ଓ ସର୍ବ ସାଧାରଣଙ୍କୁ ସମସ୍ତେ ନିବେଦନ କରିଛନ୍ତି । ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.