ଭଞ୍ଜନଗର,୦୬/୦୭(ପିପିଟି); ସ୍ଥାନୀୟ ବେଲଗୁଣ୍ଠା ରୋଡ଼ରେ ଦିନ ସାଢ଼େ ଗୋଟାଏ ସମୟରେ ମାମୁଁ ଓ ଭଣଜା ହିରୋ ଗ୍ଲାମର ବାଇକରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଗୋଟିଏ ଗଛକୁ ଧକ୍କା ଦେବା ଫଳରେ ଉଭୟ ଗୁରୁତର ଆହତ ହୋଇ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ବେଲଗୁଣ୍ଠା ନିକଟ ଉଢରା ଗ୍ରାମର ଦୟାନିଧି ନାଇକଙ୍କ ପୁଅ ରଞ୍ଜିତ ନାଇକ(୨୨) ଓ ପର୍ଶୁରାମ ନାଇକଙ୍କ ପୁଅ ନିରଞ୍ଜନ ନାଇକ ଉଭୟେ ସୋରଡ଼ାରେ ଥିବା ଭଉଣୀ ଘରକୁ ଯାଇ ନିଜ ଗ୍ରାମକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ଉଭୟ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲ ପଠେଇଥିଲେ।ରଞ୍ଜିତ ଭଣଜା ଓ ନିରଞ୍ଜନ ତାର ସମ୍ପର୍କିତ ମାମୁଁ ବୋଲି ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )