ବାଇକ ଦୁର୍ଘଟଣାରେ ଦମ୍ପତି ଆହତ ।

0 553

ଭଞ୍ଜନଗର,୨୪/୦୨(ପିପିଟି): ଭଞ୍ଜନଗର-ବେଲଗୁଣ୍ଠା ରାସ୍ତାର ନୂଆ ଗାଁ ବ୍ରିଜ ଉପରେ ଗୁରୁବାର ସନ୍ଧ୍ୟାରେ ପୁଣି ଏକ ବାଇକ ଦୁର୍ଘଟଣାରେ ତାରସିଂ ଥାନା ବାଙ୍କତରା ଗ୍ରାମର ନିତୁ ନାୟକ ଓ ତାଙ୍କ ପତ୍ନୀ ଲାଷ୍ମୀ ନାୟକ ଗୁରୁତର ଆହତ ହୋଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଚିକିତ୍ସା ପାଇଁ ପ୍ରଥମେ ଭଞ୍ଜନଗର ମେଡ଼ିକାଲ ଓ ପରେ ନିତୁର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି। ଉଭୟେ ପତିପତ୍ନୀ କୌଣସି କାମରେ ଭଞ୍ଜନଗର ଆସି ନିଜ ଗ୍ରାମକୁ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ହାଠାତ୍ ରାସ୍ତା ଉପରକୁ ଏକ ଗାଈ ଆସିଯିବାରୁ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣା ଘଟିଥିବା ବେଳେ ସେମାନଙ୍କ ପଛରେ ବାଇକରେ ଆସୁଥିବା ନିତୁ ଓ ଲାଷ୍ମୀ ପୂର୍ବରୁ ରାସ୍ତାରେ ପଡିଥିବା ବାଇକକୁ ଧକ୍କା ଦେଇ କଚାଡି ହୋଇ ପଡ଼ିଥିଲେ। ନିତୁର ଗୋଡ଼ ଲଷ୍ମୀଙ୍କ ହାତରେ ଗଭୀର ଆଘାତଲାଗିଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.