ବହୁତ କମ ସମୟରେ କୋଦଳା ଏନ୍ଏସି ହେବ ଗ୍ରୀନଜୋନ -ଓଏସଡି ।

0 422

କୋଦଳା,୧୧/୦୮(ପିପିଟି); ବହୁତ କମ ଦିନରେ କୋଦଳା ହେବ ଗ୍ରୀନଜୋନ । ଏହା କହିଛନ୍ତି କୋଦଳା ଏନ୍ଏସି ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି । ୨୩ ତାରିଖରୁ ଲଗାତାର ସ୍ଵର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟ ଠାରେ ଆଣ୍ଟିଜେନ ଓ ସ୍ବାବ ଟେଷ୍ଟ ଚାଲିଥିବା ବେଳେ ମଙ୍ଗଳବାର ୱାର୍ଡ ନମ୍ବର ୧୩ ଗୌରାଦେଇପୂର ପ୍ରାଥମିକ ବିଦ୍ୟାଳୟ ଠାରେ ୧୦୬ ଆଣ୍ଟିଜେନ ଟେଷ୍ଟ ଓ ୧୦ ଜଣଙ୍କ ସ୍ବାବ ଟେଷ୍ଟ କରାଯାଇଥିବା ଜଣାପଡ଼ିଛି । ଏଥି ମଧ୍ଯରୂ ଜଣଙ୍କ ରିପୋର୍ଟ ପଜିଟିଭ ବାହାରିଥିବା ଅସମର୍ଥୀତ ସୂତ୍ରରୁ ଜଣାପଡିବା ବେଳେ ସେ ବ୍ୟକ୍ତି କୋଭିଡ କେୟାର ହୋମରେ ରହିଥିବା ଜଣାପଡ଼ିଛି । ଆଜି ପୂର୍ବାହ୍ନ ୧୦ ଘଣ୍ଟ ସମୟରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା , ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି , ସ୍ଵତନ୍ତ୍ର କୋଭିଡ ଅଧିକାରୀ କବିରାଜ ଆର୍ଯ୍ୟଙ୍କ ପ୍ରଚେଷ୍ଟା ରେ ୱାର୍ଡ ଇନଚାର୍ଜ , ଅଙ୍ଗନୱାଡି କର୍ମୀ ଓ କୋଭିଡ ମନିଟରଙ୍କ ସହାୟତାରେ ଗୌରାଦେଈପୁର ର ଶତାଧିକ ବ୍ୟକ୍ତି ସ୍ବଇଛାରେ କେନ୍ଦ୍ରରେ ପହଞ୍ଚି ସ୍ଵତନ୍ତ୍ର ଡକ୍ଟର ଟିମ ଆଗରେ ଆଣ୍ଟିଜେନ ଓ ସ୍ବାବ ପରୀକ୍ଷା କରାଇଥିଲେ । ଆଜିର ପରୀକ୍ଷା ପରେ ପ୍ରଶାସନ ତଥା ପୋଲିସ ର ଦୃଢ ସଚେତନା ପରେ ସଂକ୍ରମିତ ସଂଖ୍ୟା କମିବାରେ ଲାଗିଛି । ଆଜିସୁଦ୍ଧା ସମୁଦାୟ ୯୩୩ ଜଣ ଟେଷ୍ଟିଙ୍ଗ୍ କରିଥିବା ବେଳେ ସେଥିମଧ୍ୟରୁ ରୁ ୭୨୧ ଆଣ୍ଟିଜେନ ଓ ୧୫୨ ସ୍ବାବ ଟେଷ୍ଟ କରିଛନ୍ତି ଏବଂ ୮୫ ସଂକ୍ରମିତ ହୋଇଥିବା ବେଳେ ସେଥିମଧ୍ୟରୁ ଆଜିସୁଦ୍ଧା ୭୭ ରିକୋଭରି , ଜଣେ କୋଭିଡ କେୟାର ହୋମ ଓ ଅନ୍ୟ ୭ ବିଭିନ୍ନ କୋଭିଡ ମେଡିକାଲ ରେ ରହିଥିବା ଜଣାପଡ଼ିଛି । ଅଗଷ୍ଟ ୩ତାରିଖ ସୁଦ୍ଧା ୪୭୨ ପରୀକ୍ଷା କରି ୮୪ ଓ ଅଗଷ୍ଟ ୪ପରେ ୪୬୧ ଟେଷ୍ଟିଙ୍ଗ୍ ହୋଇ ମାତ୍ର ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏହାକୁ ନେଇ ଆହୁରି ଅଧିକ ସଚେତନ କରିବା ଉଦ୍ଦେଶ୍ୟରେ ଏନ୍ଏସି ପ୍ରଶାସନ ଓ ବଣିକ ସଙ୍ଘ ସଭାପତି ଅଭୟ କୁମାର ସାହୁଙ୍କ ମଧ୍ୟ ରେ ଆଲୋଚନା ହୋଇଥିଲା । ସମସ୍ତ ବ୍ୟବସାୟୀ ଯେପରି ଜିଲ୍ଲାପାଳଙ୍କ ପଞ୍ଚସୂତ୍ରୀ ନିୟମକୁ କଡାକଡି ପାଳନ କରିବେ ସେ ପ୍ରତି ଧ୍ୟାନଦେବା ସହିତ ଆଣ୍ଟିଜେନ ଟେଷ୍ଟ ନ କରିଥିବା ବ୍ୟକ୍ତି ଶୀଘ୍ର ଟେଷ୍ଟିଙ୍ଗ୍ କରିବାକୁ ପରାମର୍ଶ ଦେବାକୁ ସଭାପତିଙ୍କୁ କୁହାଯାଇଥିଲା । ବ୍ୟବସାୟୀ ସଚେତନ ହେଲେ ଆମ୍ଭେ ଅତିଶୀଘ୍ର ସଫଳତା ପାଇବା ବୋଲି ଓଏସଡି ପ୍ରକାଶ କରିଥିଲେ । କୋଦଳା ପ୍ରଶାସନ ଯଥା ତହସିଲଦାର , ଥାନା ଅଧିକାରୀ ଏବଂ ଏନ୍ଏସି ଅଧିକାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଦୃଢ ପ୍ରଚେଷ୍ଟା ବଳରେ ଅତିଶୀଘ୍ର କୋଦଳାରୁ କରୋନା ହାରିବ ବୋଲି ବରିଷ୍ଠ ସଚେତନ ନାଗରିକ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.