ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ ।

0 327

ପଦ୍ମପୁର,୦୪/୦୭(ପିପିଟି); ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ  ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଉପସ୍ଥିତ ରହି ମାର୍ଜାରୀ କେଶରୀ ନୃସିଂହନାଥ ମହାପ୍ରଭୁଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ସାରିବା ପରେ ଫିତା କାଟି ଷ୍ଟୁଡିଓ କୁ ଉଦଘାଟନ କରିଥିଲେ । କରୋନାର କଟକଣା ଯୋଗୁଁ ସାମାଜିକ ଦୂରତା ରକ୍ଷା କରି କମ ଲୋକଙ୍କ ଉପସ୍ଥିତିରେ ଏକ ନିଆରା ଢଙ୍ଗରେ ଉଦଘାଟନ କରି ୧୯୮୦ ଦଶକରେ ଅନୁଷ୍ଠିତ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ଉପରେ ଆଧାରିତ ଗୀତକୁ ପ୍ରଥମେ ରେକର୍ଡିଂ କରାଯାଇଥିଲା । ଉଲ୍ଲେଖ ଯୋଗ୍ୟ ଯେ ଏହି ଗୀତକୁ ପୂର୍ବତନ ବିଧାୟକ  ପ୍ରଦୀପ ପୁରୋହିତ କଣ୍ଠ ଦାନ କରିଛନ୍ତି । ସୁନୀଲ ତାଣ୍ଡି ସାର୍ଥକ ମ୍ୟୁଜିକ୍ ଷ୍ଟୁଡିଓରେ ବହୁତ ବର୍ଷ ଧରି କାର୍ଯ୍ୟ କରିବା ପରେ ଏକ ନିଜସ୍ୱ ଉଦ୍ୟମରେ ନିଜ ଗାଁ ବରତୁଣ୍ଡା ଠାରେ ସଙ୍ଗୀତ ଷ୍ଟୁଡିଓ ପ୍ରତିଷ୍ଠା କରି ସଫଳ ହୋଇଛନ୍ତି । ପଦ୍ମପୁର ଉପଖଣ୍ଡ, ନୂଆପଡ଼ା, ପାଟନାଗଡ଼ ଅଞ୍ଚଳରେ ପ୍ରଥମ ଥର ଲାଗି ଏଭଳି ଏକ ଷ୍ଟୁଡିଓ ପ୍ରତିଷ୍ଠା ହୋଇଥିବାରୁ ଅନେକ କଳାକାର ଏହାର ଲାଭ ଉଠାଇ ପାରିବେ ବୋଲି ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି । ଉଦଘାଟନ ଉତ୍ସବରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ କାଲି ଚରଣ ବାଗ ଓ ରମାକାନ୍ତ ହରିପାଲ, ବରତୁଣ୍ଡା ପୂର୍ବତନ ସରପଞ୍ଚ ଦୁଃଶାସନ କୁମ୍ଭାର, ପାଇକମାଲ ବ୍ଲକ କଳାକାର ମହାସଂଘ ର ସଭାପତି ପ୍ରେମ ସାଗର ଫୌଜଦାର ଓ ସମ୍ପାଦକ ଲଲିତ ଜଗତ, ଉଚ୍ଛବ ପଟ ନାୟକ, ନାନକି ସରାଫ, ଶ୍ରୀକାନ୍ତ ମିଶ୍ର, ଲିଙ୍ଗରାଜ ସେଠ, ଧରମସିଂ ମାଝୀ, ହୃଷିକେଶ ପ୍ରଧାନ ଓ ରାଜେନ୍ଦ୍ର ସେଠ ଉପସ୍ଥିତ ଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.