ବରତୁଣ୍ଡାରେ କରୋନାଯୋଦ୍ଧାଙ୍କୁ ସମ୍ମାନିତ ।

0 229

ପଦ୍ମପୁର,(ପିପିଟି ନ୍ଯୁଜ୍)୨୭/୦୫, ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଲକ୍ ଅନ୍ତର୍ଗତ ବରତୁଣ୍ଡା ଗ୍ରାମ ପଞ୍ଚାୟତରେ ଆଜି କରୋନା ଯୋଦ୍ଧାମାନଙ୍କୁ ଭାରତୀୟ ଜନତା ପାର୍ଟି ତରଫରୁ ସମ୍ମାନିତ କରାଯାଇଛି। କରୋନା ଯୋଦ୍ଧା ରୂପେ ପଞ୍ଚାୟତର ସମସ୍ତ ଅଙ୍ଗନୱାଡି କର୍ମୀ,ଆଶା କର୍ମୀ ଓ ଏ.ଏନ୍.ଏମ୍.ଙ୍କୁ ଗୋଡ଼ ଧୋଇ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଅଙ୍ଗନୱାଡି କର୍ମୀ ପୁଷ୍ପାଞ୍ଜଳି  କୁମ୍ଭାର, ଖିଲେଶ୍ୱରି ମାଝୀ, ମସୁଦା ବେଗମ୍, ଭାଗ୍ୟଲତା ହେର୍ଣା, ଜେବୁନ୍ ବେଗମ୍,ଗୋପିକା ପ୍ରଧାନ, ଲକ୍ଷ୍ମୀ ଦେଇ ପଟ୍ଟନାୟକ, ସାରା ବେଗମ,ସବିତା ପଟ୍ଟନାୟକ, ଅପସନା ସାହୁ, ସଲମା ବେଗମ୍, ସିନ୍ଦୁଲତା ସୁନା, ଆଶା କର୍ମୀ ଦେବକୀ ସୁନା,କେଶରୀ ଗିର୍ଣା,ଭାରତୀ ବଗର୍ତ୍ତି,ଧନେଶ୍ୱରି ସାହୁ ଓ ଏ.ଏନ୍.ଏମ୍. ସୁମିତ୍ରା ଶବର ପ୍ରମୁଖଙ୍କୁ ମୁଖ୍ୟ ଅତିଥି ରୂପେ ଗନ୍ଧମାର୍ଦ୍ଧନ ସୁରକ୍ଷା ଆନ୍ଦୋଳନର ସାରଥି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗ ଦେଇ ସମ୍ମାନିତ  କରିଥିଲେ। ଏହି ସମୟରେ ବିଜେପି ଜିଲ୍ଲା ଯୁବ ସଭାପତି ପ୍ରିତେଶ୍ ବହିଦାର,ଅଶୋକ ମିଶ୍ର, ସଞ୍ଜୟ ବେହେରା,ଦୁର୍ଯୋଧନ ପୁଟ୍ଟା ପ୍ରମୁଖ ବିଜେପିର ବରିଷ୍ଠ କର୍ମୀ ମାନେ ଯୋଗ ଦେଇ ଥିଲେ। ଏହା ସହ ଗ୍ରାମବାସୀଙ୍କ ତରଫରୁ ପ୍ରଧାନ ମନ୍ତ୍ରୀ କେୟାର ପାଣ୍ଠିକୁ ଆର୍ଥିକ ସହାୟତା  ପ୍ରଦାନ କରାଯାଇଥିଲା।ବିଜେପି ତରଫରୁ  ଗ୍ରାମବାସୀ ନାନକି ସରାଫ, ଉତ୍ସବ  ପଟ୍ଟନାୟକ, ଅରମାନ୍ ଖାନ୍ ପ୍ରମୁଖଙ୍କୁ ମାନପତ୍ର  ଦେଇ ସମ୍ମାନିତ କରାଯାଇଥିଲା।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.