ବମକେଇ ଫରେଷ୍ଟ ବିଟରେ ବେଧଡ଼କ କାଠ ବାଉଁଶ ଚାଲାଣ ; ବନ ବିଭାଗ ଜଳକା ।

0 235

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୨୭/୦୪-ଲକ ଡାଉନ ସମୟରେ ମଧ୍ୟ ଗଂଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳର ବମକେଇ ଫରେଷ୍ଟ ବିଟରେ ବେଧଡ଼କ କାଠ ବାଉଁଶ କାଟି ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ଏମିଟିକି ଜଙ୍ଗଲ ମଧ୍ୟରେ ନିର୍ଭୟରେ କାଠ କରତ ଦ୍ୱାରା କାଟୁଥିବା ଦେଖିବାକୁ ମିଳିଛି। ସେହିପରି ବାଉଁଶ ମଧ୍ୟ କଟାଯାଇ ସାଇକଲରେ ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ବନ ବିଭାଗ ଜାଣତରେ ଏଭଳି ସବୁ ଘଟିଥିବା ନେଇ ବାଉଁଶ ନେଉଥିବା ବ୍ୟକ୍ତିଙ୍କୁ ପଚାରାଯିବାରେ ଜଣାପଡିଛି। ବମକେଇ ବିଟର ବୀରବରପଲ୍ଲୀ ଗାଁ ଆମ୍ବ ତୋଟାରେ ଆଜି କାଠ କଟାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସମ୍ପୃକ୍ତ ଅଞ୍ଚଳରେ କାର୍ଯ୍ୟରତ ବନ ବିଭାଗ କର୍ମଚାରୀ ମାନେ ଏଭଳି କୋଭିଡ୧୯ ସମୟରେ ନିଜ କାର୍ଯ୍ୟରେ ଅବହେଳା କରୁଥିବାରୁ ଏଭଳି ଲକ ଡାଉନ ପରି ସମ୍ବେଦନଶୀଳ ସମୟରେ ମଧ୍ୟ ଜଙ୍ଗଲ ନଷ୍ଟ କରାଯାଉଥିବା ବୁଦ୍ଧିଜିବୀ ମହଲରେ ସମାଲୋଚନା ହେଉଛି।

Leave A Reply

Your email address will not be published.