ବନ ମହୋତ୍ସବ ପାଳିତ ।

0 237

ଭଞ୍ଜନଗର,୨୦/୦୭(ପିପିଟି); ମା ବଡ଼ରାଉଳ ଏସଏଚଜି ଦ୍ୱାରା ହାତୀବନ୍ଧ ହୁଡାରେ ୪୦ ଗୋଟି ଚାରା ରୋପଣ । ବନ ବିଭାଗ ସହଯୋଗ ରେ ଏନ୍ଏସି  କର୍ମକର୍ତ୍ତା  ଓ ଶୂଳପାଣି ଶତପଥୀ, ସ୍ବେଛାସେବୀଙ୍କ ପରାମର୍ଶ କ୍ରମେ ବନ ମହୋତ୍ସବ  ବାବଦରେ ଆଲୋଚନା ହୋଇଛି ।ଚାରରୋପଣ ଆବଶ୍ୟକତାକୁ ଦୃଷ୍ଟି ଆଗରେ ରଖି ଭଞ୍ଜନଗର ଏନ୍ଏସି  ତରଫେ ୭୧ତମ ବନ ମହୋତ୍ସବ  ସମୟରେ ବିଭିନ୍ନ ଜାଗାରେ ଚାରା ରୋପଣ କରା ଯାଇଛି । ଏହି ସବୁ କାର୍ଯ୍ୟକ୍ରମ ଗୁଡିକରେ ଏନ୍ଏସିର ବହୁ କର୍ମଚାରୀ, ସ୍ଵଚ୍ଛ ସାଥୀ ଏବଂ ବନ ବିଭାଗର ଅଧିକାରୀ ଏମ. ମୋତିଲାଲ ,ଏସିଏଫ୍ ପ୍ରମୁଖ ଯୋଗ ଦେଇଥିଲେ. ଚାରା ରୋପଣ ପରେ ତାହାର ଯତ୍ନ ଓ ବଣର ସୁରକ୍ଷା ଜୀବନ ରକ୍ଷା ବାବଦରେ ସବୁ ଏସଏଚଜି ର ଭଉଣୀଙ୍କୁ ଜନ ସାଧାରଣଙ୍କୁ ସଚେତନ କରିବା କୁହା ଯାଇଥିଲା, କାର୍ଯ୍ୟକ୍ରମ ଶେଷରେ ବନ୍ଦେ ଉତ୍କଳ ଜନନୀ ସମସ୍ତେ ଗାନ କରିଥିଲେ ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.