ବନ ମହାେତ୍ସବ ସପ୍ତାହ ଉପଲକ୍ଷେ ଚାରା ରାେପଣ ।

0 307

ପଦ୍ମପୁର,୦୭/୦୭(ପିପିଟି); ପଦ୍ମପୁର ବନବିଭାଗ ରେଞ୍ଜ ତରଫରୁ ୭୧ତମ ବନମହାେତ୍ସବ ସପ୍ତାହ ଅନୁଷ୍ଠିତ ହାେଇଯାଇଛି ।ଏ ଅବସରରେ ଜଗଦଲପୁର ବନସେକସନ୍ ତଥା ବିଟ୍ ର ମଣିପୁର ପିଆରଏଫ ଠାରେ ଆଜି ଚାରା ରାେପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହାେଇଯାଇଛି ।ପଦ୍ମପୁର ବନାଞ୍ଚଳ ରେଞ୍ଜର ପ୍ରମାେଦ କୁମାର ସାହୁ,ଜଗଦଲପୁର ବିଟ୍ ର ଫରେଷ୍ଟଗାଡ୍ ଉପେନ୍ଦ୍ର ପଟେଲ,ଲୁହୁରାକାେଟ ବିଟ୍ ରଫରେଷ୍ଟ ଗାଡ୍ ତରଣୀସେନ ପ୍ରଧାନ,ସ୍କ୍ବାର୍ଡ ବଲରାମ ସାହୁ ଯାେଗ ଦେଇଥିଲେ ।ଏଠାରେ ସମବେସିତ ଧଉରାଭଟା, ଶୁକିଲିପାହାଡ,କୁର୍ମା ଗ୍ରାମର ବନ ସୁରକ୍ଷା  ସମିତିର ସଭ୍ୟ ମାନଙ୍କୁ ରେଞ୍ଜର ଶ୍ରୀ ସାହୁ ଗଛର ଉପକାରିତା ଓ ଚାରା ରାେପଣ ଏବଂ ଯତ୍ନ ଉପରେ ସଚେତନତା ମୂଳକ ଅଭିଭାଷଣ ପ୍ରଦାନ କରିଥିଲେ ।ଏଠାରେ ସମୁଦାୟ ୩୨ହଜାର ଚାରାରାେପଣ ହେବ ବାେଲି ବନବିଭାଗ ତରଫରୁ କୁହାଯାଇଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.