ବନ ବିଭାଗ ନିରବ ଦ୍ରଷ୍ଟା ! ପାଟ୍ରୋଲିଂ ସମୟରେ ପୋଲିସ ରୋକିଲେ ବେଆଇନ କାଠ ଚାଲାଣ ।

0 285

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୩୦/୦୫,ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳର ପାଟପୁର ସେକ୍ସନର ପ୍ରତାପଗିରି ପେଣ୍ଠ ବିଟ ଅଞ୍ଚଳରେ ବେଧଡ଼କ ଭାବେ କାଠ ଚାଲାଣ ହେଉଥିବା ଦୃଷ୍ଟାନ୍ତ ଶନିବାର ଅପରାହ୍ନରେ ଦେଖିବାକୁ ମିଳିଛି। ଅପରାହ୍ନରେ ନିର୍ଭୟରେ ଯେପରି ଶଗଡ଼ିଆ ମାନେ କାଠ ବୋଝେଇ କରି ନେଉଥିଲେ ଲାଗୁଥିଲା ସତେ ଯେମିତି ବନ ବିଭାଗ ସେମାନଙ୍କ ହାତ ପାହାନ୍ତାରେ ଅଛନ୍ତି। ନିଜ ପଟା ଜମିରୁ ଗଛ କାଟିଲେ ମଧ୍ୟ ଆପଣ ବନବିଭାଗ ଠାରୁ ଅନୁମତି ନେବା ପରେହିଁ କାଠ କାଟିପାରିବେ ହେଲେ ଦିଗପହଣ୍ଡି ରେଞ୍ଜର କିନ୍ତୁ ସବୁ ଖୋଲା ମୁକୁଳା କରିଦେଇଛନ୍ତି। ବନ ବିଭାଗର କାର୍ଯ୍ୟ ଥାନା ପୋଲିସ କରୁଥିବାରୁ ଏଭଳି ଚର୍ଚ୍ଚା ଜୋର ଧରିଛି। ରେଞ୍ଜର କୁଆଡେ ଫରେଷ୍ଟର ଆଉ ଗାର୍ଡ ମାନଙ୍କୁ ହୋମ କ୍ବାରେଣ୍ଟାଇନ ରେ ରହିବାକୁ  ପରାମର୍ଶ ଦେଇଥିବାରୁ ଏଭଳିଆ ଘଟଣା ମାନ ଘଟୁଥିବା ସାଧାରଣରେ ଆଲୋଚନା ଜୋର ଧରିଛି।
ରିପୋର୍ଟ – ସାଇଦୀପ ପୂଜାରୀ ।

Leave A Reply

Your email address will not be published.