ବନ ବିଭାଗ ଆଉ କାଠ ମାଫିଆଙ୍କୁ ସୁହାଉଛି ଲକ ଡାଉନ ୪.୦ ଆଉ ଅମ୍ଫନ !

0 541

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୨୧/୦୫ ,ବନ ବିଭାଗ ଆଉ କାଠ ମାଫିଆଙ୍କୁ ସୁହାଉଛି ଲକ ଡାଉନ ୪.୦ ଆଉ ଅମ୍ଫନ ବମକେଇ ବିଟର ଦାମଦୋରପୁର ରାଇଗୁଡା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଜଙ୍ଗଲରୁ ବେଧଡ଼କ ଭାବେ ଗଛ କାଟି କାଠ ଆଣି ଠେସ ପାଇଁ ଚାଲାଣ କରିବାକୁ ବିକ୍ରୀ ଉଦ୍ଦେଶ୍ୟରେ ମହଜୁଦ କରି ରଖାଯାଇଥିବା ଦେଖିବାକୁ ମିଳିଛି ରାସ୍ତା ପାର୍ଶ୍ୱରେ ଏଭଳି ମହଜୁଦ କରି ନିର୍ଭୟରେ କିଭଳି ରଖାଯାଇଛି ଏବଂ ଗଛ କଟା ଯାଇପାରୁଛି ସେଥି ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। ନା ବନ ବିଭାଗ ଏବଂ କାଠ ମାଫିଆଙ୍କ ସଲାସୁତୁରା ରେ ଏଭଳି କରାଯାଉଛି ସେନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଶୁଣିବାକୁ ମିଳୁଛି ଯେ କୁଆଡେ ୧୦୦ ଟଙ୍କା ଦେଇ କେସ କାଟିଲେ ଗୋଟିଏ ସାଇକଲରେ ଠେସ କାଠ ବାଉଁଶ ଆଦି ନେଇପାରିବେ ବୋଲି ବିଧି ରହିଛି । ସେହିପରି ନିୟମିତ କାଠ ବାଉଁଶ ଜଙ୍ଗଲରୁ ଆଣି ବେପାର କରୁଥିବା ଲୋକମାନଙ୍କ ଠାରୁ ମାସିକ ୫୦୦ ଟଙ୍କା ଆଦାୟ ହେଉଛି ବୋଲି ଜଣେ ବନ ବିଭାଗୀୟ କର୍ମଚାରୀ ନିଜ ନାମ ଗୋପନ ରଖି ଜଣାଇଛନ୍ତି। ତେବେ ଏନେଇ ସମ୍ପୃକ୍ତ ସେକ୍ସନ ଫରେଷ୍ଟର ଏବଂ ବିଟର ଫରେଷ୍ଟ ଗାର୍ଡ ତାଙ୍କ ରେଞ୍ଜରଙ୍କୁ ପଚାରି ସମସ୍ତ ତଥ୍ୟ ଜାଣିପାରିବେ ବୋଲି କହିଛନ୍ତି।
ରିପୋର୍ଟ- ସାଇଦୀପ ପୂଜାରୀ ।

Leave A Reply

Your email address will not be published.