ବନ୍ଦେ ଉତ୍କଳ ଜନନୀ ଗାନ କରି ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ରଣପୁର ବିଧାୟକ ଓ ବିଜେଡି କର୍ମୀ ।

0 147

ରଣପୁର/ସୁନାଖଳା ,(ପିପିଟି ନ୍ଯୁଜ୍)୩୧/୦୫,କୋଭିଡ୍ ୧୯ର ଆଗ ଧାଡ଼ିର ଯୋଦ୍ଧାଙ୍କୁ ଉତ୍ସାହିତ ଏବଂ ସେମାନଙ୍କର ତ୍ୟାଗକୁ ସମ୍ମାନ   ଜଣାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଶନିବାର  ସନ୍ଧ୍ୟା ୫.୩୦ ସମୟରେ ନୟାଗଡ  ଜିଲ୍ଲାର ରଣପୁର ପଞ୍ଚୁ ଦୋଳ ପଡିଆ ସ୍ଥିତ ରଘୁ ଦୀବାକର ସହିଦ ସ୍ମୁତି ମଣ୍ଡପଠାରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶଙ୍କ ନେତୃତ୍ୱରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ ଓଡ଼ିଶାର ଜାତୀୟ ସଙ୍ଗୀତ ବନ୍ଦେ ‘ଉତ୍କଳ ଜନନୀ’ ଗାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବିଜୁ ଜନତାଦଳର ଦେବାଶିଷ ପଟନାୟକ, ନୟାଗଡ ଜିଲ୍ଲା ସମ୍ପାଦକ ଜ୍ୟୋତି ରଞ୍ଜନ ଦାଶ, ଏନ୍ଏସି ଚେୟାର ମ୍ୟାନ ସବିତା ଦାଶ,   ପ୍ରମୁଖ ବହୁଦଳୀୟ କର୍ମୀ ଯୋଗ ଦେବା ସହ ଥାନାର ସମସ୍ତ ଷ୍ଟାଫ୍ ଓ ବହୁ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ ଏବଂ ମୁଖ୍ୟ ରାସ୍ତାରେ  ଚାଲୁଥିବା ସମସ୍ତ ଗାଡି ମୋଟର ଗାଡିକୁ ଠିଆ କରାଇ ତଳକୁ ଓହ୍ଲାଇ ,ବନ୍ଦେ ଉତ୍କଳ ଜନନୀ ଗାଇ କରୋନା ଯୋଦ୍ଧାଙ୍କୁ ସମ୍ମାନ  ଜଣାଇଥିଲେ ।ସେହିଭଳି ରାଜସୁନାଖଳା ଠାରେ ବିଜୁ ଜନତା  ଦଳ  ତରଫରୁ ବିଜୁ ଜନତା ଦଳର ଜିଲ୍ଲା ସମ୍ପାଦକ ଓ ସମାଜ ସେବୀ ସଚିକାନ୍ତ ଷଡ଼ଙ୍ଗୀ, ନେତୃତ୍ୱରେ ଫକୀର ମୋହନ ସାମନ୍ତରାୟ,,ଅଜୟ କଳସି,ଏହି ଅଞ୍ଚଳର  ଯୁବଗୋଷ୍ଠୀ, ବହୁମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଥିଲେ । ଗ୍ରାମର ଦକ୍ଷିଣ କାଳୀ ମନ୍ଦିର ଠାରେ କୋଭିଡି  ଯୋଦ୍ଧା ମାନଙ୍କ ତ୍ୟାଗ ଓ ବଳିଦାନ ଉଦେଶ୍ୟ ରେ ଉକ୍ତ ଅଂଚଳର ଭାଇ ଭଉଣୀ ମାନେ ମିଶି ଏକା ସମୟରେ ବନ୍ଦେ ଉତକଳ ସଂଗୀତ ଗାନ କରିଥିଲେ ।ସମସ୍ତ  ଭାଇ ଓ ଭଉଣୀ ମାନକୁ ମାସ୍କ ବଣ୍ଟନ କରା ଯାଇଥିଲା । ସେହି ପାରି  ଚାନ୍ଦପୁର ଓ ଗୋପାଳପୁର ଅଂଚଳ ରେ ମଧ ଏହି କାଯ୍ୟକ୍ରମ କୁ ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା   
ରିପୋର୍ଟ -ସୁଶାନ୍ତ ପ୍ରଧାନ ।

Leave A Reply

Your email address will not be published.