ବଦାଙ୍ଗି କଣ୍ଟେନମେଣ୍ଟ ଜୋନ ଘୋଷଣା ।

0 133

ଭଞ୍ଜନଗର,୩୧/୦୭(ପିପିଟି);ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ହରିଗଡ଼ ପଞ୍ଚାୟତ ବଦାଙ୍ଗି ଗ୍ରାମକୁ ଗଞ୍ଜାମ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଏଥି ସହିତ ଗ୍ରାମର ପ୍ରବେଶ ପଥ ସିଲ କରାଯାଇ ଲୋକଙ୍କ ହେଲଥ ସ୍କେନିଂ କରାଯିବ । ସେହିଭଳି ଗ୍ରାମରେ ଯାନବାହାନ ଚଳାଚଳ ବନ୍ଦ ରହିବ । ସେହିଭଳି ପଞ୍ଚାୟତ ଅନ୍ତର୍ଗତ ନୂଆପଲ୍ଲୀ ବଫର ଜୋନ ଘୋଷଣା କରାଯାଇଛି । ପୋଲିସ ପକ୍ଷରୁ ଅସ୍ଥାୟୀ ଚେକ ପୋଷ୍ଟ ନିର୍ମାଣ କରାଯାଇ ଲୋକଙ୍କ ଗତିବିଧି ଉପରେ ନଜର କରିବାକୁ ନିର୍ଦ୍ଦେଶ ରହିଛି । ଏଥି ସହିତ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ପହଞ୍ଚିବ ବ୍ୟବସ୍ଥା କରିବାକୁ ଭଞ୍ଜନଗର ବିଡ଼ିଓଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଗତକିଛି ଦିନ ମଧ୍ୟରେ ବଦାଙ୍ଗିରେ କରୋନା ସଂକ୍ରମଣ ହେତୁ ୧୩ରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।ଏଥିରେ ଜଣେ କରୋନା ଯୋଦ୍ଧାଙ୍କ ସମେତ ୦୨ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବଦାଙ୍ଗି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.