ବଡମହୁରୀ ପଞ୍ଚାୟତରେ ମଦ ଓ ମାଂସର ଆସରକୁ ନେଇ ଉତ୍ତେଜନା,ଘଟଣାର ତଦନ୍ତ ପାଇଁ ଦାବି ।

0 2,257

କବିସୂର୍ଯ୍ଯ ନଗର,୩୦/୦୭(ପିପିଟି);କବିସୂର୍ଯ୍ଯ ନଗର ବ୍ଲକ୍ ଅନ୍ତର୍ଗତ ବଡମହୁରୀ ପଞ୍ଚାୟତ କାର୍ଯ୍ୟାଳୟରେ ଜୁଲାଇ ୨୯ ତାରିଖ ରାତ୍ର ପ୍ରାୟ ୧୦ଟା ସମୟରେ ମଦ ଓ ମାଂସର ଆସରକୁ ନେଇ ଉତ୍ତେଜନା ।ଘଟଣା ସମ୍ପର୍କରେ ଜଣାପଡିଛି ଯେ ବୁଧବାର ରାତ୍ର ବଡମହୁରୀ ପଞ୍ଚାୟତ କାର୍ଯ୍ୟାଳୟରେ ମଦ ଓ ମାଂସର ଆସର ଚାଲିଥିବା ଖବର ପାଇ ଗାଁର କିଛି ଯୁବକ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପ୍ରତିବାଦ କରିବାକୁ ନେଇ ସରପଞ୍ଚଙ୍କ ସ୍ବାମୀ ଟି.ବ୍ରଜେନ୍ଦ୍ର ପ୍ରଧାନଙ୍କ ସହିତ ଧସ୍ତାଧସ୍ତି ହୋଇଥିଲା । ଉକ୍ତ ସମୟରେ ପଞ୍ଚାୟତ କାର୍ଯ୍ୟାଳୟରେ ବ୍ଲକ୍ ଅଧ୍ଯକ୍ଷ ସନ୍ତୋଷ କୁମାର ପାଢୀ,ଆଠଗଡପାଟଣା ସରପଞ୍ଚ ସୁନୀଲ କୁମାର ପୋଲାଇ,ଆଠଗଡପାଟଣା ଜିଆରଏସ୍ ରାମକୃଷ୍ଣ ପଟ୍ଟନାୟକଙ୍କ ସମେତ ଆଠଗଡ ଅଞ୍ଚଳର କିଛି ଯୁବକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ପ୍ରଶ୍ନ ଉଠୁଛି ବଡମହୁରୀ ପଞ୍ଚାୟତ କାର୍ଯ୍ୟାଳୟର ତାଲା ଖୋଲି ସେଠାରେ ଭୋଜି ଆୟୋଜନ ପାଇଁ କିଏ ଅନୁମତି ଦେଲା ? ସରପଞ୍ଚ ଟି.ଲକ୍ଷ୍ମୀ ପ୍ରଧାନ , ପିଇଓ ମନୋଜ କୁମାର ମହାନ୍ତି ଏବଂ ସମିତି ସଭ୍ୟଙ୍କ ଅନୁପସ୍ଥିତିରେ ବ୍ଲକ୍ ଅଧ୍ଯକ୍ଷ ସେଠାରେ କଣ ସମୀକ୍ଷା କରିବା ପାଇଁ ରାତ୍ର ଯାଇ ଥିଲେ ? ବଡମହୁରୀ ପଞ୍ଚାୟତ କାର୍ଯ୍ୟାଳୟରେ ଆଠଗଡପାଟଣା ସରପଞ୍ଚ ଓ ଜିଆରଏସ୍ କାର୍ଯ୍ୟ କ’ଣ ଥିଲା ? ସ୍ତ୍ରୀ ସରପଞ୍ଚ ହେଲେ ସ୍ବାମୀ ରାତ୍ର କାର୍ଯ୍ୟାଳୟ ଖୋଲିବା ସମ୍ବିଧାନିକ ଅଧିକାର ରହିଛି କି ? ପଞ୍ଚାୟତ କାର୍ଯ୍ୟାଳୟ ଗୁରୁତ୍ୱ ପୂର୍ଣ୍ଣ ଫାଇଲ୍ ନିରାପଦ ନୁହେଁ ଏହା ଗତକାଲିର ଘଟଣାରୁ ସ୍ପଷ୍ଟ ହୋଇଯାଇଛି । ପଞ୍ଚାୟତ କାର୍ଯ୍ୟାଳୟରୁ କିଛି ପୁରୁଣା ଫାଇଲ ଗାଏବ କରିବା ପାଇଁ ଯୋଜନା ନଥିଲାତ ! କରୋନା ମହାମାରୀ ସମୟରେ କବିସୂର୍ଯ୍ଯ ନଗର ବ୍ଲକ୍ ରେ ଦୁର୍ନୀତି ହୋଇଥିବା ନେଇ ପୂର୍ବରୁ ଚର୍ଚ୍ଚା ଶୁଣିବାକୁ ମିଳୁଥିଲା । ବ୍ଲକ୍ ଅଧ୍ଯକ୍ଷଙ୍କ ନିକଟତମ କୁହାଯାଉଥିବା ଆଠଗଡପାଟଣା ସରପଞ୍ଚ,ବଡମହୁରୀ ସରପଞ୍ଚଙ୍କ ସ୍ବାମୀ ଏବଂ ଗୁଡିଆଳିର ଜନୈକ ବ୍ଯାପାରୀଙ୍କ ମଧ୍ୟମରେ ସବୁ କିଛି ଚାଲିଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଏହି ଚର୍ଚ୍ଚା କେତେ ଦୂର ସତ୍ୟ ତାହା ତଦନ୍ତ ସାପେକ୍ଷ । ବଡମହୁରୀ ପଞ୍ଚାୟତ କାର୍ଯ୍ୟାଳୟ ଘଟଣା ପ୍ରଶାସନକୁ ପଦାରେ ପକାଇଛି । ଉକ୍ତ ଘଟଣାର ଭିଡିଓରୁ ଜଣା ପଡୁଛି କଣ ସବୁ ସେଠାରେ ଚାଲିଥିଲା ତେଣୁ ସଫେଇ ଦେବାର ମାନେ କିଛି ନାହିଁ । ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇ ନାହିଁ ନୀତି ଭଳି ପରିସ୍ଥିତି ହୋଇଛି । କାର୍ଯ୍ୟାଳୟ ଭିତରେ କିଏ ହେଲେ ମାସ୍କ ପିନ୍ଧି ନଥିଲେ ଓ ସାମାଜିକ ଦୂରତା ପାଳନ ମଧ୍ୟ ହୋଇ ନଥିବା ଭିଡିଓରୁ ଜଣା ପଡୁଛି । ଏହି ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ଏହି ଘଟଣାକୁ ନେଇ କବିସୂର୍ଯ୍ଯ ନଗର ସିପିଆଇ ଆଞ୍ଚଳିକ ସଂପାଦକ ପ୍ରବୀଣ କୁମାର ଦାସ ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଜଣାଥିବା ଜଣାପଡିଛି ।ଶ୍ରୀ ଦାସ କହିଛନ୍ତି ଆଠଗଡ ସରପଞ୍ଚ ମାସ୍କ ପିନ୍ଧି ନଥିବାରୁ ଯେଉଁ କାଣ୍ଡ କରଖାନା ହେଲା କୋଭିଡ୍ ନିୟମ ଥିଲେ ମଧ୍ୟ ଆଠଗଡ ଠାରେ ସରପଞ୍ଚଙ୍କ ନେତୃତ୍ବରେ ରାସ୍ତାରୋକ ହେଲା,ପୁଲିସ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥାଇ କୋଭିଡ୍ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା । ଏଠି ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ସରପଞ୍ଚ,ଜିଆରଏସ୍ ଓ ଅସମାଜିକ ଯୁବକ ମଦ ପିଇ ମାଂସ ଭୋଜି କରିବା କୋଭିଡ୍ ଆଇନର କେଉଁ ଧାରରେ ଉପଲବ୍ଧ ବୋଲି ପ୍ରଶ୍ନ କରିଛନ୍ତି । ବଡମହୁରୀ ପଞ୍ଚାୟତ କାର୍ଯ୍ୟାଳୟରେ ଘଟିଥିବା ଘଟଣାକୁ ଫରୱାର୍ଡ ବ୍ଲକ୍ ପକ୍ଷରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

Leave A Reply

Your email address will not be published.