ବଡନଦୀରେ ପାଣି ଆସି ଟ୍ରାକ୍ଟର ବୁଡିଲା,ଟ୍ରାକ୍ଟରକୁ ଉଦ୍ଧାର କରିବାକୁ ଯାଇ ଫସିଲା ଜେସିବି ।

0 634

ବେଲଗୁଣ୍ଠା,(ପିପିଟି ନ୍ଯୁଜ୍)୨୭/୦୪-ବେଲଗୁଣ୍ଠା ନିକଟସ୍ଥ ଠେଙ୍ଗାଧରା ବଡ ନଦୀ ରେ ଏକ ଟ୍ରାକ୍ଟର ଓ ଏକ ଜେସୀବୀ ମେସିନ ଅଧା ବୁଡ଼ି ଥିବା ଅବସ୍ତାରେ ଦେଖିବାକୁ ମିଳିଛି l ପହଣ୍ଡାରୁ ନିୟମିତ ବାଲି ମାଫିଆ ମାନେ ରାଜସ୍ବ ଠକି ବାଲି ଚୋରି କରିଆସୁଥିଲେ ।ଏଇ ଗାଡି ଦୁଇଟି ବାଲି ଚୋରି କରୁଥିଲେ ନା ଅନ୍ୟ କୌଣସି କାମରେ ଜାଇ ଫସୀଥୀଲେ ତାହା ତଦନ୍ତ ପରେ ଜଣାପଡ଼ିବା । ମିଳିଥିବା ସୂଚନା ପ୍ରକାରେ ଟ୍ରାକ୍ଟର ଟି ନଦୀ ପାର ହେଉଥିବା ବେଳେ  ହଠାତ୍ ବଡ ନଦୀରେ ଅଧିକ ପାଣି ଆସିଯିବାରୁ ଟ୍ରାକ୍ଟର ଟି ବାହାରକୁ ଆସିପାରିନଥିଲା । ନଦୀ ହୁଡ଼ା କାମରେ ନିୟୋଜିତ ଥିବା ଜେସୀବୀ ଟ୍ରାକ୍ଟରକୁ ଉଦ୍ଧାର କରିବା ପାଇଁ ଜେସିବି ମେସିନଟି ମଧ୍ୟ ଭିତରକୁ ଯାଇ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ଜେସିବି ଟି ମଧ୍ୟ ଫସିଯାଇଥିଲା ।ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଟ୍ରାକ୍ଟର ଡ୍ରାଇଭର ଓ ମେସିନ ଅପରେଟର ଦୁହେଁ ଗାଡିରୁ ଓହ୍ଲାଇ ନଦୀ କୁଳକୁ ଚାଲିଆସିଥିଲେ ।ଟ୍ରାକ୍ଟର ଟି ନଦୀ ଭିତରେ ବୁଡିଯାଇଥିବା ବେଳେ ଜେସିବି ଟି ଅଧା ବୁଡିଯାଇଥିବା ଜଣାପଡିଛି ।ପାଣି କମିଲା ପରେ ଗାଡି ଦୁଇଟି ଉଦ୍ଧାର ହୋଇପାରିବ ବୋଲି ଜଣାପଡିଛି । ଖବର ପାଇ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଧରଣୀ ଧର ବେହେରା ଘଟଣା ଜାଗାକୁ ଜାଇ ଗାଡି ଦୁଇଟି କାହାର ଏଵଂ କେଉଁ ଉଦେଶ୍ୟ ରେ ନଦୀକୁ ଯାଇଥିଲା ସ୍ଥାନୀୟ ଲୋକଙ୍କୁ ପଚାରି ବୁଝିଥିବା ଜଣା ପଡିଛି । 
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.