ବଜ୍ରପାତରେ ଜଣେ ମୃତ ଓ ଦୁଇ ଆହତ ।

0 797

କବିସୂର୍ଯ୍ଯ ନଗର,(ପିପିଟି)୦୮/୦୬,କବିସୂର୍ଯ୍ଯ ନଗର ବ୍ଲକ୍ ଅନ୍ତର୍ଗତ ପାଇକ ଯମୁନା ଠାରେ ଚାଷ ଜମିରେ କାର୍ଯ୍ୟ କରୁଥିବା ସମୟରେ ଅପରାହ୍ନ ୫ଟା ବେଳେ ବଜ୍ରପାତ ଘଟି ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ।ସୂଚନା ଅନୁଯାୟୀ ଅର୍ଜୁନ ଗୌଡଙ୍କ ଦୁଇ ପୁଅ ଓ ପତ୍ନୀ ଚାଷ ଜମିରେ କାର୍ଯ୍ୟ କରୁଥିବା ସମୟରେ ବଜ୍ରପାତ ରେ ବଳରାମ ଗୌଡଙ୍କ (୧୮)ମୃତ୍ୟୁ ଘଟିଥିବା ବେଳେ ବଡ ଭାଇ ଓ ମାଆ ଦୁଇ ଜଣ ଆହତ ହୋଇଛନ୍ତି ।ପାଇକ ଯମୁନାରେ ଶୋକର ଛାୟା ଖେଳିଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ବିଜେଡି ଯୁବ ନେତା ନଚିକେତା ସ୍ବାଇଁ କବିସୂର୍ଯ୍ଯ ନଗର ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପରିବାର ବର୍ଗକୁ ସମବେଦନା ଜଣାଇବା ସହ ସହୟତା ପାଇଁ ବିଡିଓ ଓ ତହସିଲଦାରଙ୍କ ସହିତ କଥା ହୋଇଥିଲେ ।
ରିପୋର୍ଟ – ଉମା ଚରଣ ପଟ୍ଟନାୟକ ।

Leave A Reply

Your email address will not be published.