ବଜ୍ରପାତରେ ଛେଳି ଚରାଳି ମୃତ ଓ ଦୁଇ ଆହତ ।

0 1,117

ପୋଲସରା ,(ପିପିଟି)୦୯/୦୬,ପୋଲସରା ଅଞ୍ଚଳରେ ଅପରାହ୍ନ ସମୟରେ ବଜ୍ରପାତରେ ଛେଳି ଚରାଳି ମୃତ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ପୋଲସରା ବ୍ଲକ୍ ଅନ୍ତର୍ଗତ ପାଣ୍ଡିରିପଡା ଠାରେ ଅପରାହ୍ନ ସମୟରେ ଘଡଘଡି ସହିତ ବର୍ଷା ହୋଇଥିଲା ।ଛେଳି ଚରାଇବାକୁ ଯାଇଥିବା ଦୀପକ ଗୌଡ (୧୭)ଏବଂ କୈଳାସ ଗୌଡ (୧୭) ଏକ ଗଛ ତଳେ ଠିଆ ହୋଇଥିବା ସମୟରେ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଦୁଇ ଜଣ ଆହତଙ୍କୁ ପୋଲସରା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା କିନ୍ତୁ ଦୀପକ ଗୌଡଙ୍କ ମୃତ୍ୟୁ ହୋଇସାରିଥିଲା ।ସେହଭଳି ରୁମାଗଡରେ ନିଜ ଘର ବାରଣ୍ଡାରେ ବସିଥିବା ଜୟନ୍ତୀ ନାୟକ(୩୦)ବଜ୍ରପାତରେ ଆହତ ହୋଇ ପୋଲସରା ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.