ଫାଣ୍ଡି ଅଧିକାରୀ ଗାଡ଼ି ଭଡା କରି ପ୍ରବାସୀ ଓଡିଆଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଇଲେ ।

0 137

କଳାହାଣ୍ଡି,(ପିପିଟି ନ୍ଯୁଜ୍)୧୮/୦୫,ବର୍ତ୍ତମାନ ସମଗ୍ର ଭାରତରେ ପ୍ରବାସୀ ମାନେ ଯିଏ ଯେମିତି ଭାବରେ ମଧ୍ୟ ନିଜ ଜନ୍ମମାଟିକୁ ଫେରିବା ପାଇଁ ତତ୍ପର ।ଏସବୁକୁ ଦେଖି କେନ୍ଦ୍ର ସରକାର ପ୍ରବାସୀ ମାନଙ୍କୁ ନିଜ ରାଜ୍ୟକୁ ଫେରି ଯିବା ପାଇଁ ଅନୁମତି ଦେବାସହ ବ୍ୟବସ୍ଥା ମଧ୍ୟ କରୁଛନ୍ତି ।ଆମ ରାଜ୍ୟ ସରକାର ମଧ୍ୟ ପ୍ରବାସୀ ଓଡିଆ ମାନଙ୍କୁ ଫେରେଇ ଆଣିବାକୁ ଉଦ୍ୟମ କରିଛନ୍ତି ।ସରକାରଙ୍କ ଏଭଳି ନିଷ୍ପତ୍ତିକୁ କିଛି ପ୍ରଶାସକ ସାଥ ଦେଉଥିବା ବେଳେ କିଛି ଅବହେଳା କରୁଥିବାର ଦେଖିବାକୁ ମିଳିଛି ।ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଲାମୁଣ୍ଡା ବ୍ଲକର ପ୍ରବାସୀ ଓଡିଆଙ୍କ ସହ କର୍ଲାମୁଣ୍ଡା ବ୍ଲକର ୧୬ ଜଣ ପ୍ରବାସୀ ଓଡିଆ ଶ୍ରମିକ ନିଜ ଚେଷ୍ଟାରେ ବସଭଡା କରି ମହାରାଷ୍ଟ୍ର ର ଗୋରେଗାଓଁ ରୁ କର୍ଲାମୁଣ୍ଡା ଫେରିଥିଲେ ହେଲେ ବସ୍ ଟିଟିଲାଗଡ଼ ପର୍ଯ୍ୟନ୍ତ ହିଁ ଅନୁମତି ପାଇଥିବା କହି ସେମାନଙ୍କୁ ଗତକାଲି ସଂଧ୍ୟା ୬ ଘଣ୍ଟାରେ ଟିଟିଲାଗଡ଼ରେ ଛାଡି ଦେଇଥିଲା ।ଟିଟିଲାଗଡ଼ ର ପୋଲିସ୍ ସହ ଶ୍ରମିକ ମାନେ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ ଶ୍ରମିକ ମାନଙ୍କର କୌଣସି ସୁବିଧା କରିନଥିବା ଜଣାପଡିଛି ।ଶ୍ରମିକ ମାନେ ନଖାଇ ନପିଇ ଚାଲିଚାଲି ଯାଉଥିବାର ଖବର ପାଇ କେସିଙ୍ଗା ଥାନା ଅନ୍ତର୍ଗତ ପଲମ ଫାଣ୍ଡି ଅଧିକାରୀ  ଅସିତ୍ କୁମାର ପଣ୍ଡା ମାନବିକତା ଦେଖାଇ କଦଳୀ ,ପାଣି ,ବିସ୍କୁଟ ଦେବା ସହିତ ଗୋଟିଏ ଗାଡିର ବ୍ୟବସ୍ଥା କରି ସଂଗରୋଧ ସ୍ଥଳକୁ ପହଞ୍ଚାଇ ଦେଇଥିଲେ ।ପଲମ ଫାଣ୍ଡି ଅଧିକାରୀ ପ୍ରତ୍ୟେକ ଗାଁକୁ ବୁଲୁଥିବା ସହ ଏଭଳି କାର୍ଯ୍ୟ ପାଇଁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି ଏବଂ ପ୍ରଶଂସା  କରିଛନ୍ତି ।
ରିପୋର୍ଟ -ବବୁଲୁ ସାହୁ ।

Leave A Reply

Your email address will not be published.