ପଦ୍ମପୁର,ତା-୨୬/୦୬(ପିପିଟି);ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତହସିଲଦାରଙ୍କ କାର୍ଯାଳୟ କୁ ଆଜି ଗାଇସିଲେଟ ମଣ୍ଡଳ ପକ୍ଷରୁ ଘେରାଉ କରାଯାଇଥିଲା । ୨୦୧୯-୨୦ ବର୍ଷର ଫସଲ ବୀମା ପ୍ରଦାନ ଦାବୀରେ କୋଭିଡ-୧୯ କୁ ଆଖି ଆଗରେ ରଖି ସାମାଜିକ ଦୂରତା ଅବଲମ୍ବନ ସାଙ୍ଗକୁ ମୁହଁରେ ମାକ୍ସ ଢ଼ାଙ୍କି ଗାଇସିଲେଟ ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରା ବାହାରି ସ୍ଥାନୀୟ ତହସିଲ କାର୍ଯାଳୟକୁ ଘେରାଉ କରିଥିଲୋ ଏହି ଶୋଭାଯାତ୍ରା ରେ ଗାଇସିଲେଟ ବ୍ଲକର ୫୦ ରୁ ଉର୍ଦ୍ଧ୍ବ ହେବ ସକ୍ରିୟ କର୍ମୀଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ବରଗଡ ଜିଲ୍ଲା ଉପସଭାପତି ପ୍ରବୀଣ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଭାଜପାର ଗାଇସିଲେଟ ବ୍ଲକ ସଭାପତି ବିପିନ ବିହାରୀ ସାହୁ,ଆନନ୍ଦ ମଟାରୀ,ବରଗଡ ଜିଲ୍ଲା ପରିଷଦର ଉପ ସଭାପତି ମଦନ ଦୀପ ମିଳିତ ଭାବେ ଲିଖିତ ଦାବୀ ପତ୍ର ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରିଥିବାର ଜଣାଯାଇଛି । ଯଦି ଅତିଶୀଘ୍ର ଫସଲ ବୀମା ପ୍ରଦାନ କରାନଯାଏ ତେବେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ କଡା ଚେତାବନୀ ଦିଆଯାଇଛି ବୋଲି ଶ୍ରୀ ପାଣିଗ୍ରାହୀ ଜଣାଇଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।