ପ୍ରେସ କ୍ଳବ ହିଞ୍ଜିଳିକାଟୁର ବନ୍ଧୁମିଳନ ସହ ଗଣେଶ ପୂଜା ଉତ୍ସବ ପାଳନ ।

0 357

ହିଞ୍ଜିଳିକାଟୁ,୧୦/୦୯(ପିପିଟି): ଆଜି ସ୍ଥାନୀୟ ପୌର ପରିଷଦ ସ୍ଥିତ ବାରାହୀ ପାହାଡ ପାଦଦେଶରେ ଥିବା ପ୍ରେସ କ୍ଳବ ହିଞ୍ଜିଳିକାଟୁ ଦିନକ ପୂର୍ବରୁ ବନ୍ଧୁ ମିଳନ ଓ ଗଣେଶ ପୂଜା ଉପଲକ୍ଷେ ସୁସଜ୍ଜିତ କରାଯାଇଥିଲା । ଶୁକ୍ରବାର ସକାଳେ ଏହି ପ୍ରେସ କ୍ଳବର ସଦସ୍ୟ ଏବଂ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି ,ମାନ୍ୟଗଣ୍ୟ ବ୍ୟକ୍ତି, ଆଇନଜୀବୀ ଏକତ୍ରିତ ହୋଇଥିଲେ । ପରେ ଗଣେଶ ପୂଜାର୍ଚ୍ଚନା ଆରମ୍ଭ ହୋଇ ପୁଷ୍ପାଞ୍ଜଳି ଅର୍ପଣ ସହ ପ୍ରେସ କ୍ଳବ ହିଞ୍ଜିଳିକାଟୁର ଉନ୍ନତି ନିମନ୍ତେ ପ୍ରାର୍ଥନା କରିଥିଲେ । ପ୍ରେସ କ୍ଳବ ବନ୍ଧୁ ମିଳନରେ ପୂର୍ବତନ ସମ୍ପାଦକ ଦ୍ବିତୀକୃଷ୍ଣ ପଣ୍ଡା ପରିଚାଳନା କରିଥିବା ବେଳେ ଜନପ୍ରତିନିଧି ତଥା ପୂର୍ବତନ ନଗରପାଳ ଶିବରାମ ଗୌଡ଼,ହୃଦୟାନନ୍ଦ ମହାପାତ୍ର, ପୂର୍ବତନ ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ବିଜେଡି ଯୁବ ନଗର ସଭାପତି ସଞ୍ଜୟ କୁମାର ପଣ୍ଡା, ଅଜୟ କୁମାର ମହାରଣା,ପୂର୍ବତନ ଉପନଗରପାଳ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ପ୍ୟାରୀମୋହନ ପାଢ଼ୀ ,ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଦେବାନନ୍ଦ ମହାପାତ୍ର, ସାମ୍ବାଦିକ ବିଶ୍ବମ୍ବର ସାହୁ, ବିଭୁପ୍ରସାଦ ପଣ୍ଡା, ଶେଷଦେବ ସାହୁ, ଅଜିତ କୁମାର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଡ଼ଃ ହୃଷିକେଶ ମହାନ୍ତି ପ୍ରିୟବ୍ରତ ପଣ୍ଡା, ଆକାଶ ପଟ୍ଟନାୟକ, ପବିତ୍ର ପାତ୍ର, ଲଳିତ ମୋହନ ପୋଲାଇ, କୈଳାଶପତି ଦାଶ୍,କାଳିଆ ନାୟକ, ରଞ୍ଜିତ କୁମାର ପୋଲାଇ ,ଶଙ୍କର ନାୟକ, ସୁନୀଲ ପଟ୍ଟନାୟକ,କାହ୍ନୁ ପଣ୍ଡା, ମନୋଜ କୁମାର ସାହୁ ଓ ରାଜେନ୍ଦ୍ର କୁମାର ପଣ୍ଡା, ବିକାଶ ମଞ୍ଚ ସଭାପତି ପ୍ରମୋଦ ପଣ୍ଡା, ଆଇନଜୀବୀ ନୃସିଂହ ପ୍ରସାଦ ପଟ୍ଟନାୟକ, ମୁକ୍ତିରାମ ସାବତ,ନିରଞ୍ଜନ ସାହୁ, ରାମଚନ୍ଦ୍ର ମହାପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋରାମଣି ରାଉଳ, କାହ୍ନୁ ଚୌଧୁରୀ, ମାନସ ବେହେରା, ପୂର୍ଣ୍ଣ ଗୌଡ଼,ଯୁଧିଷ୍ଠିର ସ୍ୱାଇଁ, ରଞ୍ଜନ ପୋଲାଇ, ସୁଶାନ୍ତ ପ୍ରଧାନ, ପ୍ରଦୀପ ମହାରଣାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ସର୍ବଶେଷରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । (ରିପୋର୍ଟ- ସାନ୍ତନୁ କୁମାର ବେହେରା ।)

Leave A Reply

Your email address will not be published.