ପ୍ରେମିଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର ।

0 293

କଳାହାଣ୍ଡି,(ପିପିଟି ନ୍ଯୁଜ୍)୧୮/୦୫,ବିଶ୍ଵମହାମାରି କରୋନାର ଆତଙ୍କ ରେ ସମଗ୍ର ବିଶ୍ବ ଆତଙ୍କିତ।ଆମ ଦେଶରେ ମଧ୍ୟ କରୋନା ତାର କାୟା ବିସ୍ତାର କରିଚାଲିଛି।ଏହି ସମୟରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ପୋରାକେଲା ଗ୍ରାମରେ ଘଟି ଯାଇଛି ଏକ ଦୁଃଖଦ ଘଟଣା।ଏକ ମହୁଲ ଗଛରୁ ଉଦ୍ଧାର ହୋଇଛି ପ୍ରେମିଯୁଗଳ ଙ୍କ ଶବ।ରବିବାର  ସକାଳୁ କିଛି ଗ୍ରାମବାସୀ ମହୁଲ ଗଛ ରେ ଗୋଟିଏ ପୁଅ ଓ ଝିଅର ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ।ପ୍ରେମିଯୁଗଳ ଉକ୍ତ ପୋରାକେଳା ଗ୍ରାମର ନବୀନ ଦଣ୍ଡସେନା ବୟସ ୨୨  ଓ ଝିଅ ଦୀପା କହଁର ବୟସ ୧୬ବର୍ଷ  ବୋଲି ଜଣାପଡିଛି।ଉଭୟଙ୍କ ବହୁ ଦିନରୁ ପ୍ରେମସଂପର୍କ ଥିବା ଜଣା ପଡିଛି।ହେଲେ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା ଭଳି କଠୋର ନିଷ୍ପତ୍ତି ନେଲେ ସାଧାରଣରେ ଚର୍ଚ୍ଚା ହେଉଛି। ଘଟଣା ସ୍ଥଳରେ କେସିଙ୍ଗା ଏସଡିପିଓ ଗୁପ୍ତେଶ୍ୱର ଭୋଇ, ମ.ରାମପୁର ଥାନାଧିକାରୀ ଓ ରିଶୀଡ଼ା ଫାଣ୍ଡି ଅଧିକାରୀ ଲବରାମ୍ ଛତ୍ରିଆ  ,ସ୍ଥାନୀୟ ତହସିଲଦାର ଉପସ୍ଥିତ ରହି ଶବ ଦ୍ବୟକୁ ପୋଷ୍ଟମର୍ଟମ ପଠାଇଥିବା ଜଣା ପଡିଛି। ଏହା ଏକ ଆତ୍ମହତ୍ୟା ଏବଂ ବର୍ତ୍ତମାନ ତଦନ୍ତ ଚାଲିଛି ।ତଦନ୍ତ ପରେ ସବିଶେଷ ଜଣା ପଡ଼ିବ ବୋଲି କହିଥିଲେ।
ରିପୋର୍ଟ -ଭିଷ୍ମ ସାହୁ /ବବୁଲୁ ସାହୁ ।

Leave A Reply

Your email address will not be published.